ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣରଙ୍କ ବଡ ସୂଚନା , ଏବେ ଏଟିଏମରୁ ନୋଟ୍ ଭଳି ବାହାରିବ କଏନ

184

କନକ ବ୍ୟୁରୋ : ରିଜର୍ଭ ବ୍ୟାଙ୍କର ନୂଆ ଯୋଜନା । ଏଣିକି ନୋଟ୍ ଭଳି ଏଟିଏମ୍ରୁ ବାହାରିବ କଏନ୍ । ବୁଧବାର ରିଜର୍ଭ ବ୍ୟାଙ୍କ ପକ୍ଷରୁ ବ୍ୟାଙ୍କିଂ ଓ ଫାଇନାନ୍ସିଆଲ୍ ସେକ୍ଟର ପାଇଁ କିଛି ଘୋଷଣା କରାଯାଇଛି । ସେଥିମଧ୍ୟରୁ ଗୋଟିଏ ହେଉଛି କଏନ ପାଇଁ ଭେଣ୍ଡିଂ ମେସିନ୍ ଘୋଷଣା । ଅର୍ଥାତ୍ ଏଣିକି ଏଟିଏମରୁ ଟଙ୍କା ଉଠାଇବା ଭଳି କଏନ ମଧ୍ୟ ଉଠାଇପାରିବେ ଗ୍ରାହକ । ଏନେଇ ଆରବିଆଇ ଗର୍ଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଏହି ଯୋଜନା କ୍ୟୁଆର କୋଡ ଚାଳିତ କଏନ ଭେଣ୍ଡିଂ ମେସିନ ହେବ । ଖୁବଶୀଘ୍ର ଆରବିଆଇ ଏନେଇ ଏକ ପାଇଲଟ୍ ପ୍ରୋଜେକ୍ଟ ଆରମ୍ଭ କରିବାକୁ ଯାଉଛି । ୧୨ଟି ସହରରେ ଏହି ମେସିନ୍ ପାଇଲଟ୍ ପ୍ରୋଜେକ୍ଟ ଭାବେ ଆରମ୍ଭ ହେବ । ଗ୍ରାହକ ନିଜ ୟୁପିଆଇ ଆପ୍ ଦ୍ୱାରା ଏଥିରେ ଲାଗିଥଇବା କ୍ୟୁଆର ସ୍କାନ କରି କଏନ ବାହାର କରିପାରିବେ    । ଏହାକୁ ନେଇ ବ୍ୟାଙ୍କଗୁଡିକୁ ମାର୍ଗଦର୍ଶିକା ଜାରି କରାଯିବ ବୋଲି କହିଛନ୍ତି ଆରବିଆଇ ଗର୍ଭର୍ଣ୍ଣର ଶକ୍ତିକାନ୍ତ ଦାସ ।