ଇତିହାସ ରଚିଲେ ମହିଳା କ୍ରିକେଟର ମିତାଲି ରାଜ୍ ! ମହିଳା କ୍ରିକେଟର ଭାବେ ହାସଲ କଲେ ସର୍ବାଧିକ ରନ୍

27

କନକ ବ୍ୟୁରୋ : ଇତିହାସ ରଚିଲେ ମହିଳା କ୍ରିକେଟର ମିତାଲି ରାଜ୍ । ମିତାଲି ମହିଳା କ୍ରିକେଟ ଖେଳାଳି ଭାବରେ ସର୍ବାଧିକ ରନ୍ ସଂଗ୍ରହକାରୀ ହୋଇ ନୂଆ ବିଶ୍ୱ କିର୍ତ୍ତୀମାନ ଅର୍ଜନ କରିଛନ୍ତି । ଇଂଲଣ୍ଡରେ ଚାଲିଥିବା ମହିଳା ବିଶ୍ୱକପର ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଏହି ରେକର୍ଡ କରିବାକୁ ସମର୍ଥ ହୋଇଛନ୍ତି ମିତାଲି । ୫୧.୫୨ ହାରରେ ମିତାଲି ସଂଗ୍ରହ କରିଛନ୍ତି ୬ ହଜାର ୨୮ ରନ୍ । ପ୍ରଥମ ମହିଳା କ୍ରିକେଟର ଭାବରେ ୬ହଜାର ରନ୍ କ୍ଲବରେ ସାମିଲ ହୋଇଥିବା ବିଶ୍ୱର ପ୍ରଥମ ମହିଳା ଖେଳାଳି ହେବାର ଗୌରବ ଅର୍ଜନ କରିଛନ୍ତି । ପୁରୁଷ କ୍ରିକେଟରେ ସଚିନ୍ ତେନ୍ଦୁଲକର ସର୍ବାଧିକ ରନ୍ କରିଥିବା ଖେଳାଳି ଥିବା ବେଳେ ମହିଳା ବିଭାଗରେ ମଧ୍ୟ ଭାରତୀୟ ଖେଳାଳି ଏହି ସଫଳତା ହାସଲ କରିଛନ୍ତି ।