ମହିଳା ଦିବସ ଉପଲକ୍ଷେ ଟ୍ୱିଟ କରି ଶୁଭେଚ୍ଛା ଦେଲେ ବିଗ ବି, ରାଣୀ ଲକ୍ଷ୍ମୀବାଇ କହି ମହିଳାଙ୍କୁ କଲେ ସମ୍ବୋଧିତ

29

ପ୍ରତ୍ୟେକ ବର୍ଷ ମାର୍ଚ୍ଚ ମାସ ୮ ତାରିଖରେ ସମଗ୍ର ବିଶ୍ୱରେ ଅନ୍ତରାଷ୍ଟ୍ରୀୟ ମହିଳା ଦିବସ ପାଳନ କରାଯାଇଥାଏ । ଅନ୍ତରାଷ୍ଟ୍ରୀୟ ମହିଳା ଦିବସ ସର୍ବ ପ୍ରଥମେ ୧୯୦୯ ମସିହାରେ ପାଳନ କରାଯାଇଥିଲା । ମହିଳାମାନଙ୍କୁ ସମ୍ମାନ ଦେବା ଅର୍ଥରେ ଏହି ଦିବସକୁ ପାଳନ କରାଯାଇଥାଏ । ଅନ୍ତରାଷ୍ଟ୍ରୀୟ ମହିଳା ଦିବସ ଉପଲକ୍ଷେ ବଲିଉଡର ମହାନାୟକ ଅମିତାଭ ବଚ୍ଚନ ମଧ୍ୟ ଦେଶର ସମସ୍ତ ମହିଳାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଅମିତାଭ ବଚ୍ଚନ ନିଜ ଟ୍ୱିଟର ଆକାଉଣ୍ଟରେ ସ୍ୱଚ୍ଛ ଶକ୍ତି ଏବଂ ସ୍ୱଚ୍ଛ ଭାରତ ଥିମର ଏକ ଭିଡିଓ ଶେୟାର କରିଛନ୍ତି । ଏହି ଭିଡିଓରେ ଦେଶର ପ୍ରଗତିରେ ମହିଳାଙ୍କ ଯୋଗଦାନକୁ ଅମିତାଭ ଦର୍ଶାଇଛନ୍ତି । କେବଳ ସେତିକି ନୁହେଁ ଅମିତାଭ ୩ଟି ଫଟୋ ମଧ୍ୟ ଟୁଇଟ କରି ଶେୟାର କରିଛନ୍ତି, ଯେଉଁଥିରେ ତାଙ୍କ ପରିବାରର ମହିଳା ଶକ୍ତିର ଝଲକ ଦେଖିବାକୁ ମିଳିଛି ।

ଏହି ଫଟୋରେ ତାଙ୍କ ପତ୍ନୀ ଜୟା ବଚ୍ଚନ, ଝିଅ ଶ୍ୱେତା ନନ୍ଦା, ନବ୍ୟା ନବେଲୀ ନନ୍ଦା ଏବଂ ଆରାଧ୍ୟ୍ୟା ବଚ୍ଚନ ନଜର ଆସିଛନ୍ତି । ଅମିତାଭ ଏହି ଚାରି ଜଣଙ୍କୁ ତାଙ୍କ ପୋଷ୍ଟ ସମର୍ପିତ କରିଛନ୍ତି । କିନ୍ତୁ ଏହି ଫଟୋରେ ତାଙ୍କ ବୋହୂ ଐଶ୍ୱର୍ଯ୍ୟା ନାହାନ୍ତି । ଏହା ସହିତ ଭିଡିଓରେ ଅମିତାଭ ମହିଳାମାନଙ୍କୁ ରାଣୀ ଲକ୍ଷ୍ମୀବାଇ ଏବଂ ସ୍ୱଚ୍ଛାଗ୍ରହୀ ଭାବେ ସମ୍ବୋଧିତ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଅମିତାଭ ଖୁବ ଶୀଘ୍ର ଋଷି କପୁରଙ୍କ ସହିତ ନିର୍ଦ୍ଦେଶକ ଉମେଶ ଶୁକ୍ଲାଙ୍କ ଫିଲ୍ମ ‘୧୦୨ ନଟ ଆଉଟ’ରେ ନଜର ଆସିବେ । ନିକଟରେ ଏହି ଫିଲ୍ମର ଟ୍ରିଜର ରିଲିଜ ହୋଇଥିଲା ।