ଅଗ୍ନିପଥ ଯୋଜନାରେ ନିଯୁକ୍ତି ନେଇ ସେନାର ସାମ୍ବାଦିକ ସମ୍ମିଳନୀ, କହିଲେ ନିଯୁକ୍ତି ପ୍ରକ୍ରିୟାରେ ହୋଇନାହିଁ କିଛି ବି ପରିବର୍ତ୍ତନ

122

କନକ ବ୍ୟୁରୋ : ଅଗ୍ନିପଥ ଯୋଜନାରେ ନିଯୁକ୍ତି ନେଇ ସେନା ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଛି । ଏହି ସମ୍ମିଳନୀରେ ସେନା ମାମଲାରେ ଅତିରିକ୍ତ ସଚିବ ଲେଫ୍ଟନାଣ୍ଟ ଜେନରାଲ ଅନିଲ ପୁରୀ କହିଛନ୍ତି କି ନିଯୁକ୍ତି ପ୍ରକ୍ରିୟାରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ । ସେ କହିଛନ୍ତି କି ଆଶାୟୀ ମାନଙ୍କ ଠାରୁ କେବଳ ଗୋଟିଏ ଚୁକ୍ତିପତ୍ର ନିଆଯିବ । ଯେଉଁଥିରେ ସେ ଲେଖିବେ ଯେ ଅଗ୍ନିପଥ ଯୋଜନାକୁ ବିରୋଧ କରି ହୋଇଥିବା ଭଙ୍ଗାରୁଜାରେ ସେ ସାମିଲ ନାହାଁନ୍ତି ।

ଲେଫ୍ଟନାଣ୍ଟ ଜେନରାଲ ଅନିଲ ପୁରୀ କହିଛନ୍ତି କି, ଅଗ୍ନିପଥ ଯୋଜନା ମାଧ୍ୟମରେ ସେନାରେ ୩ ଟି ଜିନିଷକୁ ସନ୍ତୁଳିତ କରାଯିବାକୁ ଚେଷ୍ଟା କରାଯାଇଛି । ପ୍ରଥମଟି ହେଉଛି ସେନାରେ ଯୁବକମାନଙ୍କୁ ଅଗ୍ରାଧିକାର, ଦ୍ୱିତୀୟରେ ପ୍ରଯୁକ୍ତିବିଦ୍ୟା ଉପରେ ଜ୍ଞାନଥିବା ଯୁବକ ଓ ତୃତୀୟରେ ସେନାରେ ସାମିଲ ହେବାକୀୁ ଅନୁକୁଳ ଲୋକ । ଅନ୍ୟପଟେ ଏହାକୁ ନେଇ ବିରୋଧ କରୁଥିବା ଲୋକଙ୍କୁ ପରାମର୍ଶ ଦେଇ ଅନିଲ ପୁରୀ କହିଛନ୍ତି କି, ଏହା ସେନାର ମାମଲା ଓ ପୁରୁଣା ଯବାନଙ୍କୁ ଅଗ୍ନିବୀର ଯୋଜନାରେ ସାମିଲ କରାଯିବା ନେଇ ଯେଉଁ ତଥ୍ୟ ଦିଆଯାଉଛି ତାହା ଭୁଲ ତଥ୍ୟ ବୋଲି ସେ କହିଛନ୍ତି ।

 

କହିରଖୁ କି ଏହା ପୂର୍ବରୁ ଗତକାଲି ବି ସେନା ତରଫରୁ ଏକ ସଂଯୁକ୍ତ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା । ଏହି ସମ୍ମିଳନୀରେ ଅନିଲ ପୁରୀ କହିଥିଲେ କି ସେନାର ଶକ୍ତିବୃଦ୍ଧି ପାଇଁ କୌଣସି ପରିସ୍ଥିତିରେ ଅଗ୍ନିପଥ ଯୋଜନା ପ୍ରତ୍ୟାହାର କରାଯିବ ନାହିଁ । ଏହାଏକ ପ୍ରଗତିଶୀଳ ଯୋଜନା ଓ ଦେଶର ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ଯୋଜନା ଲାଗୁ କରାଯିବା ନିହାତି ଆବଶ୍ୟକ ।