ମାଟ୍ରିକ ପରୀକ୍ଷା : କିପରି କରିବେ ପ୍ରସ୍ତୁତି ? ଆସନ୍ତାକାଲି ଇଂରାଜୀ ପରୀକ୍ଷା ପାଇଁ ପରାମର୍ଶ

122

କନକ ବ୍ୟୁରୋ : ଆସନ୍ତାକାଲି ମାଟ୍ରିକ ଇଂରାଜୀ ପରୀକ୍ଷା । ଓଡିଆ ସ୍କୁଲର ପିଲା ଇଂରାଜୀ ଭାଷାରେ ପରୀକ୍ଷା ଦେଉଥିବାରୁ ଏହାକୁ ଅତି ଗୁରୁତର ସହ ନେଇଥାନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ । ଇଂରାଜୀ ଗୁରୁତ୍ୱପୂର୍ଣ୍ଣ ବିଷୟ ହୋଇଥିବାରୁ କିପରି ପ୍ରସ୍ତୁତି କରିବେ, ସମସ୍ତଙ୍କର ଚିନ୍ତା ରହିଥାଏ । ତେବେ ଦୁଇଟି ପରୀକ୍ଷା ମଧ୍ୟରେ ଥିବା ସମୟକୁ ଠିକ୍ ଭାବେ ଉପଯୋଗ କରିବେ, କେମିତି ପରୀକ୍ଷାରେ ଭଲ କରିବେ, ସେ ନେଇ ସରଳ ସୂତ୍ର ବତାଇବେ ଅଭିଜ୍ଞ ଶିକ୍ଷକ ।

ଇଂରାଜୀ ପରୀକ୍ଷା ପାଇଁ ପରାମର୍ଶ

– ପାଠକୁ ଆଉ ଥରେ ଭଲ ଭାବେ ରିଭିଜନ୍ କରନ୍ତୁ 

– ସିଲାବସ୍ ଅନୁଯାୟୀ ରିଭିଜନ କରନ୍ତୁ 

– ବିନା ଚାପରେ ପରୀକ୍ଷା ହଲକୁ ଯାଆନ୍ତୁ 

– ପ୍ରଶ୍ନପତ୍ର ପାଇବା ପରେ ପ୍ରଶ୍ନଗୁଡିକୁ ଭଲ ଭାବେ ପଢ଼ନ୍ତୁ

– ପ୍ରଥମେ ଅବ୍ଜେକ୍ଟିଭ୍ ବା ସଂକ୍ଷିପ୍ତ ପ୍ରଶ୍ନର ପ୍ରଥମେ ଉତ୍ତର ଲେଖନ୍ତୁ 

– ପ୍ରଶ୍ନର କ୍ରମିକ ନମ୍ବର ନଦେଖି, ଯେଉଁ ପ୍ରଶ୍ନ ସହଜ, ତା’ର ଉତ୍ତର ଆଗ ଲେଖନ୍ତୁ 

– ପୂର୍ବରୁ ଅଧିକ ଅଭ୍ୟାସ କରିଥିବା ପ୍ରଶ୍ନର ଉତ୍ତର ଦେବା ଠିକ୍ 

– ସବଜେକ୍ଟିଭ୍ ପ୍ରଶ୍ନର ଉତ୍ତର ମଧ୍ୟ ସେହି ଅନୁଯାୟୀ ଦିଅନ୍ତୁ 

– ଉତର ଲେଖିବା ପରେ ପୁଣିଥରେ ତାକୁ ଭଲ ଭାବେ ପଢ଼ନ୍ତୁ 

– ଭାଷା ପରୀକ୍ଷା ହୋଇଥିବାରୁ ବନାମ ନିର୍ଭୁଲ ଭାବେ ଲେଖନ୍ତୁ 

– ଅକ୍ଷର ଉପରେ ମଧ୍ୟ ନଜର ଦିଅନ୍ତୁ