କୂଳ ଖାଉଛି ଅଶାନ୍ତ ସମୁଦ୍ର । ଜୁଆର ମାଡରେ ଭାଙ୍ଗିଲା ମେରାଇନ ଡ୍ରାଇଭ ରାସ୍ତା । ସେପଟେ ବିପଦରେ ଜଗତସିଂହପୁରର ଭ୍ୟୁ-ଟାୱାର ।

176

କନକ ବ୍ୟୁରୋ: କୂଳ ଖାଉଛି ଅଶାନ୍ତ ସମୁଦ୍ର । ବିପଦରେ ଜଗତସିଂହପୁର ଶିଆଳି ବେଳାଭୂମିର ଭ୍ୟୁ ଟାୱାର, କାରଣ ଏଠାରେ ଚଟାଣ ତଳୁ ବାଲି ଖସିଚାଲିଛି । ସେପଟେ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍ ରାସ୍ତା ଏବେ ବିପଦରେ । କାରଣ ସମୁଦ୍ର ଜୁଆର ମାଡ଼ି ଆସି ଏକାଧିକ ସ୍ଥାନରେ କୂଳ ଖାଇବା ଆରମ୍ଭ କରିଛି । ୫ ଫୁଟ ଉଚ୍ଚ ଜୁଆର ମାଡରେ ମେରାଇନ ଡ୍ରାଇଭର ରାସ୍ତା ଓ ସୁରକ୍ଷା ପ୍ରାଚୀର ଭାଙ୍ଗି ଯାଇଛି ।

ସମୁଦ୍ର କୂଳେ କୂଳେ ଥିବା ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍ ରାସ୍ତା ଏବେ ବିପଦରେ । କାରଣ ସମୁଦ୍ର ଜୁଆର ମାଡ଼ି ଆସି ଏକାଧିକ ସ୍ଥାନରେ କୂଳ ଖାଇବା ଆରମ୍ଭ କରିଛି । ୫ ଫୁଟ ଉଚ୍ଚ ଜୁଆର ମାଡରେ ମେରାଇନ ଡ୍ରାଇଭର ରାସ୍ତା ଓ ସୁରକ୍ଷା ପ୍ରାଚୀର ଭାଙ୍ଗିଯାଇଛି । ବେଳାଭୂମିର ଇକୋ-ରିଟ୍ରିଟ ଉତ୍ସବସ୍ଥଳ ନିକଟରେ କିଛି ସପ୍ତାହ ପୂର୍ବରୁ ମୁହାଣ ଖୋଲିଥିବାବେଳେ ବଡ ବଡ ଜୁଆର ମାଡି ଆସୁଛି । ଏହି ଜୁଆର ସିଧାସଳଖ ସୁରକ୍ଷା ପାଚେରୀରେ ମାଡ ହେଉଛି । ବିଶେଷକରି ଚନ୍ଦ୍ରଭାଗା-ଇକୋ ରିଟ୍ରିଟ ରାସ୍ତାର ସାହୁଖଣତା ଠାରେ ସ୍ଥିତି ସବୁଠୁ ସାଂଘାତିକ ହୋଇଛି । ସ୍ଥାନୀୟ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି ।

  • ସୁରକ୍ଷା ପାଚେରୀ ନିର୍ମାଣ ଏବେ ବି ଅଧପନ୍ତରିଆ
  • ଉଚ୍ଚ ଜୁଆରରେ ଧୋଇ ହୋଇଗଲାଣି ମାଟି

କୂଳରେ ମୂର୍ତ୍ତିକା କ୍ଷୟ ରୋକିବାକୁ ପାଚେରୀ ନିର୍ମାଣ କରାଯାଇଥିଲେ ବି ତାହା ଅସଂପୂର୍ଣ୍ଣ ରହିଛି । ସୁମଦ୍ର ଜୁଆର ମାଡରେ ମେରାଇନ ଡ୍ରାଇଭ ରାସ୍ତା ଓ ସୁରକ୍ଷା ପାଚେରୀ ଭାଙ୍ଗିବା ପରେ ଚେତିଛି ପ୍ରଶାସନ । ଘଟଣାସ୍ଥଳରେ ଜାତୀୟ ରାଜପଥ ନିର୍ବାହୀ ଯନ୍ତ୍ରୀ ଓ ଉଚ୍ଚ ଅଧିକାରୀ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଅସ୍ଥାୟୀ କାମ । ଖୁବଶୀଘ୍ର ଏଠାରେ ସିନ୍ଥେଟିକ ପ୍ରାଚୀର ନିର୍ମାଣ ହେବ ବୋଲି ଉପଜିଲ୍ଲାପାଳ କହିଛନ୍ତି ।

  • ବିପଦରେ ଜଗତସିଂହପୁରର ଭ୍ୟୁ-ଟାୱାର
  • ଚଟାଣ ତଳୁ ଖସୁଛି ବାଲି

ଲଘୁଚାପ ଜନିତ ଲଗାଣ ବର୍ଷା ଓ ଆଶାନ୍ତ ସମୁଦ୍ର କ୍ରମାଗତ ଭାବେ କୂଳ ଖାଇବାକୁ ଲାଗିଛି ଶିଆଳି ବେଳାଭୂମିରେ ଥିବା ଭ୍ୟୁ ଟାୱାର । ଭ୍ୟୁ ଟାୱାର ଚଟାଣ ତଳୁ ବାଲି ଖସିବାରେ ଲାଗିଛି । ୨୦୦୯ ମସିହାରେ ସମୁଦ୍ର କୂଳ ଲଂଘିବାରୁ ବାଲି ବସ୍ତା ପଥର ପକାଇ ଏକ ଅସ୍ଥାୟୀ ସୁରକ୍ଷା ପ୍ରାଚୀର ନିର୍ମାଣ କରାଯାଇଥିଲା । କିନ୍ତୁ ସେ ସୁରକ୍ଷା ପ୍ରାଚୀରର ପ୍ରାୟ ୩୦ ପ୍ରତିଶତ ଅଂଶ ସମୁଦ୍ର ଗର୍ଭକୁ ଯାଇସାରିଲାଣି । ପର୍ଯ୍ୟଟକଙ୍କ ଆର୍କଷଣ ପାଲଟିଥିବା ଏହି ଭ୍ୟୁ ଟାୱାର ଅତିଶ୍ରୀଘ ସମୁଦ୍ର ଗର୍ଭକୁ ଚାଲି ଯିବାର ଆଶଙ୍କା ସୃଷ୍ଟି ହୋଇଛି । ସମୁଦ୍ର କୂଳ ଖାଇ ବେଳାଭୂମି ପ୍ରତି ବିପଦ ସୃଷ୍ଟି ହେଉଥିବାରୁ ଏହାର ସ୍ଥାୟୀ ସମାଧାନ ଜରୁରୀ ହୋଇପଡିଛି ।