ମାଓ ସଙ୍ଗଠନକୁ ଧକ୍କା । ଛତିଶଗଡରେ ୧୧ ମହିଳାଙ୍କ ସମେତ ୨୯ ମାଓବାଦୀଙ୍କ ଆତ୍ମସମର୍ପଣ

48

କନକ ବ୍ୟୁରୋ: ମାଓ ସଙ୍ଗଠନକୁ ଧକ୍କା । ମହିଳା ଦିବସରେ ପୋଲିସ ଆଗରେ ଆତ୍ମସମର୍ପଣ କରିଛନ୍ତି ୧୧ ମହିଳାଙ୍କ ସମେତ ୨୯ ମାଓବାଦୀ । ମାଲକାନଗିରି ସୀମାନ୍ତବର୍ତ୍ତୀ ସୁକମା ଜିଲ୍ଲାରେ କୋଂଟା ଏରିଆ କମିଟିର ୨୯ ଜଣ ସଦସ୍ୟ ଏଭଳି ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପଣ କରିଥିବା ମାଓବାଦୀ ସୀମାବର୍ତୀ ଅଂଚଳରେ ବିଭିନ୍ନ ହିଂସାକାଣ୍ଡରେ ଜଡିତ ଥିଲେ । ଆନ୍ଧ୍ର କ୍ୟାଡର ମାଓବାଦୀଙ୍କ ଦୌରାତ୍ମରେ ଅତିଷ୍ଠ ହୋଇ ସେମାନେ ଆତ୍ମସମର୍ପଣ କରିଛନ୍ତି ।

ଅନ୍ୟପଟେ, ମହିଳା ଦିବସ ପାଳିଛନ୍ତି ମାଓବାଦୀ । ଆନ୍ଧ୍ର ଓଡ଼ିଶା ସୀମା ସ୍ଥିତ ମାଲକାନଗିରି ବିଚ୍ଛିନ୍ନାଂଚଳରେ ଗତକାଲି ମାଓବାଦୀମାନେ ଏକତ୍ରିତ ହୋଇଥିଲେ । ଶତାଧିକ ମହିଳା ଓ ଗ୍ରାମବାସୀ ଟପ୍ ମାଓନେତାଙ୍କ ଉପସ୍ଥିତିରେ ମହିଳା ଦିବସ ପାଳନ କରାଯାଇଥିବା ଜଣାପଡିଛି ।

ସମାଜରେ ନାରୀ ବିନା କ୍ରାନ୍ତି ନାହିଁ ଓ କ୍ରାନ୍ତି ବିନା ମୁକ୍ତି ନାହିଁ ବୋଲି ବୋଲି ମାଓବାଦୀମାନେ ଆହ୍ୱାନ ଦେଇ ମହିଳାଙ୍କୁ ମାଓ ସଂଗଠନରେ ଯୋଗ ଦେବାକୁ କହିଥିଲେ । କୁନ୍ଦୁଲି ଘଟଣାକୁ ନିନ୍ଦାକରିବା ସହ ଯବାନମାନଙ୍କୁ କଠୋର ଦଣ୍ଡ ଦେବା ପାଇଁ କହିଥିଲେ । ମାଲକାନଗିରି ବିଚ୍ଛିନ୍ନାଂଚଳର ବିଭିନ୍ନ ସ୍ଥାନରେ ଏନେଇ ପୋଷ୍ଟର ଓ ବ୍ୟାନର ମରାଯାଇଛି ।