ସାମ୍ନାକୁ ଆସିଲା କୁଖ୍ୟାତ ମାଓ ନେତା ହିଡମାଙ୍କ ବୋମା ତିଆରି କରିବାର ଚିତ୍ର ! ଦଣ୍ଡକାରଣ୍ୟରେ ସାଥୀ କମ୍ରେଡକୁ ଦେଉଛି ତାଲିମ

31

କନକ ବ୍ୟୁରୋ: ସାମନାକୁ ଆସିଲା କୁଖ୍ୟାତ ମାଓ ନେତା ହିଡମାଙ୍କ ବୋମା ତିଆରି କରିବାର ଚିତ୍ର । ଛତିଶଗଡ ଦଣ୍ଡକାରଣ୍ୟ ସ୍ପେଶାଲ ଯୋନାଲ କମିଟିର ବାଟାଲିୟନ ନଂ – ୧ ର ମାଓ କମାଣ୍ଡର ହିଡମା ନିଜ ସାଥି କମରେଡ ମାନଙ୍କୁ ବୋମା ତିଆରି ତାଲିମ ଦିଆ ଯାଉ ଥିବା ଚିତ୍ର ଏବେ ସାମନାକୁ ଆସିଛି । କେମିତି ପ୍ରେସର ମାଇନ ତିଆରି କରାଯାଏ ଏବଂ କେମିତି ଶତ୍ରୁକୁ ପ୍ରେସର ମାଇନ ଜରିଆରେ ଟାର୍ଗେଟ କରାଯାଏ ତାହା ବୁଝାଉଛନ୍ତି ହିଡମା ।

କେବଳ ସେତିକି ନୁହଁ ହିଡମାଙ୍କ ନେତୃତ୍ୱ ରେ ଦକ୍ଷୀଣ ବସ୍ତରର ଜଙ୍ଗଲ ରେ ମାଓବାଦୀଙ୍କ ତାଲିମ ଶିବିର ଚାଲୁ ଥିବା ଦେଖିବାକୁ ମିଳିଛି ଏହି ଭିଡିଓରେ । ତେବେ ଛତିଶଗଡ ପୋଲିସ ଏହି ଭିଡିଓକୁ ଯାଂଚ କରୁଛି । ତେବେ ଏହି ଭିଡିଓ କିଛି ବର୍ଷ ତଳର ଭିଡିଓ ବୋଲି ଜଣା ପଡିଛି । ମାଓନେତା ହିଡମାଙ୍କ ନେତୃତ୍ୱ ରେ ହି ମାଓବାଦୀ ମାନେ ମାଲକାନଗିରି ସୀମାବତତ୍ତୀ ଅଂଚଳରେ ଗତ ଏକ ଦଶନ୍ଧି ଧରି ବହୁ ବଡ ବଡ ହିଂସା କାଣ୍ଡ ଘଟାଇ ଚାଲିଛନ୍ତି ମାଓ ସଙ୍ଗଠନ । ତାଙ୍କ ନାଁ ରେ ଛତିଶଗଡ ସରକାରଙ୍କ ତରଫରୁ ୪୦ ଲକ୍ଷ ଟଙ୍କା ଘୋଷଣା କରାଯାଇ ଥିବା ଜଣା ପଡିଛି ।

ସେପଟେ, ମାଲାକାନାଗିରି ଚିତ୍ରକୁଣ୍ଡାରେ ମାଓବାଦୀଙ୍କ ଉନ୍ମତ କାଣ୍ଡ । ପୁଲିସ ଇନଫର୍ମ ସନ୍ଦେହରେ ବିଚ୍ଛିନ୍ନାଂଚଳ ଅଣ୍ଡରାପାଲି ଗାଁର ଅଁରାପଦର ଗାଁରେ ରାମଚନ୍ଦ୍ର ମୁଦୁଲିକୁ ହତ୍ୟା କରିଛନ୍ତି ମାଓବାଦୀ । ପୋଲିସ ଇନଫର୍ମ ସନ୍ଦେହରେ ମାଓବାଦୀ ଏହି ହତ୍ୟାକଣ୍ଡ କରିଛନ୍ତି । ଗତକାଲି ବିଳମ୍ବିତ ରାତିରେ ୨୦ରୁ ଅଧିକ ମାଓବାଦୀ ଏଭଳି ଉନ୍ମତ କାଣ୍ଡ କରିଛନ୍ତିି । ଘଟଣାସ୍ଥଳରେ ପୋଲିସ ପହଂଚି ଘଟଣାର ତଦନ୍ତ କରୁଛି ।