କଳାହାଣ୍ଡିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ପିକଅପ୍ ଭ୍ୟାନକୁ ଧକ୍କା ଦେଲା ଟ୍ରକ୍, ୨ ମୃତ ଓ ୧୦ ଗୁରୁତର

35

କନକ ବ୍ୟୁରୋ: କଳାହାଣ୍ଡିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ପିକଅପ୍ ଭ୍ୟାନ୍ ସହ ମୁହାଁମୁହିଁ ହେଲା ଟ୍ରକ୍ । ଏଥିରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ଏହା ସହ ୧୦ ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । କଳାହାଣ୍ଡି ଜିଲ୍ଲା କାଲପଲା ଛକରେ ହୋଇଛି ଏହି ଦୁର୍ଘଟଣା । କଣାମାଲରୁ ବ୍ୟାଣ୍ଡପାର୍ଟି ସଦସ୍ୟଙ୍କୁ ଧରି ଫେରୁଥିବା ବେଳେ ପିକଅପ ଭ୍ୟାନକୁ ମୁହାଁମୁହିଁ ଧକ୍କା ଦେଇଥିଲା ଟ୍ରକ । ଗୁରୁତର ଆହତ ମାନଙ୍କୁ ଜୁନାଗଡ ମେଡିକାଲରେ ଭର୍ତ୍ତି କରାଯାଇଛି ।

କଟକ କଂଟାପଡ଼ା ବ୍ଲକ ସୁନ୍ଦର ଗାଁ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଅଟୋ ରିକ୍ସା ସହ ବାଇକର ମୁହାମୁହିଁ ଧକ୍କା ହୋଇଛି । ଏହି ଘଟଣାରେ ଜଣେ ଯୁବକଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ଯୁବକଙ୍କର ନାଁ ହେଉଛି ଅରୁଣ ସାମଲ ସେ ବଡ଼ଝରିଲ ଗାଁର କାହ୍ନୁ ସାମଲଙ୍କ ପୁଅ ବୋଲି ଜଣାପଡ଼ିଛି । ଗତରାତି ୧୦ଟା ବେଳେ ଘଟିଥିଲା ଏହି ଦୁର୍ଘଟଣା । ଦୁର୍ଘଟଣା ପରେ ସ୍ଥାନୀୟ ଲୋକ ଫୁଲନଖରା- ନିଆରୀ ରାସ୍ତାର ସୁନ୍ଦର ଗାଁ ରାସ୍ତାକୁ ପ୍ରାୟ ୪ଘଂଟା ପର୍ଯ୍ୟନ୍ତ ଅବୋରଧ କରିଥିଲେ । ଘଟଣା ସ୍ଥଳରେ ପୋଲିସ ପହଂଚି ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା ।