ରାତି ୩ଟାରେ ହସ୍ପିଟାଲରେ ମନ୍ମଥ ରାଉତରାୟ । ଭୁବନେଶ୍ୱର ଏମ୍ସ ଅବ୍ୟବସ୍ଥା ଦେଖି ଦୁଃଖ ପ୍ରକାଶ କଲେ ।

6,820

କନକ ବ୍ୟୁରୋ: ଟିକେଟ୍ ମିଳିବା ପରେ ଭିନ୍ନ ଭିନ୍ନ ଢଙ୍ଗରେ ପ୍ରଚାର ଆରମ୍ଭ କରୁଛନ୍ତି ପ୍ରାର୍ଥୀ । ଖାସ୍ କରି ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କ ପ୍ରଚାର ଏବେ ଚର୍ଚ୍ଚାରେ । କେବେ ପାର୍କକୁ ଯାଇ ବ୍ୟାଡମିଣ୍ଟନ ଖେଳି, ବାୟାମ କରି ପ୍ରଚାର କରୁଛନ୍ତି ତ ଆଉ କେତେବେଳ ହସ୍ପିଟାଲକୁ ଯାଇ କରୁଛନ୍ତି ପ୍ରଚାର ।

ରାତି ୩ଟାରେ ଏମ୍ସ ପରିସର ବୁୁଲିଲେ ବିଜେଡି ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ । ଚିକିତ୍ସା କରିବାକୁ ଆସି ବାହାରେ ଅପେକ୍ଷା କରିଥିବା ରୋଗୀଙ୍କ ସହ କଥା ହୋଇଛନ୍ତି ମନ୍ମଥ ରାଉତରାୟ । ଡାକ୍ତର ଦେଖାଇବା ପାଇଁ ଆସି ଅନେକ ରୋଗୀ ରାସ୍ତା କଡରେ ଶୋଇଥିଲେ । ଏପରି ଅବ୍ୟବସ୍ଥା ଦେଖି ଦୁଃଖ ପ୍ରକାଶ କରିଛନ୍ତି ବିଜେଡିର ସାଂସଦ ପ୍ରାର୍ଥୀ ।