କନକ ବ୍ୟୁରୋ: ସ୍ନାନବେଦୀରେ ସ୍ନାନ ପରେ ଜ୍ୱରରେ ପଡ଼ିଛନ୍ତି ଶ୍ରୀଜିଉ । ଅଣସର ପିଣ୍ଡିରେ ଚାଲିଛି ଶାସ୍ତ୍ରାନୁମୋଦିତ ଚିକିତ୍ସା । ମହାପ୍ରଭୁଙ୍କ ଗୁପ୍ତସେବା କରୁଛନ୍ତି ଦଇତାପତି ସେବାୟତ । ଗତକାଲି ମହାପ୍ରଭୁଙ୍କୁ ଶ୍ରୀଅଙ୍ଗରେ ଫୁଲୁରିତେଲ ଲାଗି କରାଯାଇଥିଲା । ଆଜି ଶ୍ରୀମନ୍ଦିର ବୈଦ୍ୟଙ୍କ ପରାମର୍ଶ କ୍ରମେ ଓଷ ଲାଗି କରାଯିବ । ଶ୍ରୀଅଙ୍ଗରେ ଓଷ ଲାଗି ହେଲେ ସୁସ୍ଥ ହେବେ ଶ୍ରୀଜିଉ । ତିନିଦିନ ଧରି ମହାପ୍ରଭୁଙ୍କର ଏହି ଓଷ ଉପଚାର ଚାଲିବ ।
ସୁସ୍ଥ ହେଉଛନ୍ତି ମହାପ୍ରଭୁ । ସ୍ନାନବେଦୀରେ ସ୍ନାନ ପରେ ଜ୍ୱରରେ ପୀଡ଼ିତ ଶ୍ରୀଜିଉ । ଆଜି ଲାଗିହେବ ଓଷ
/kanak/media/post_attachments/wp-content/uploads/2024/06/Capture-89.jpg)