ଜବରଦଖଲକାରୀଙ୍କ କବଜାରେ ରାଜଧାନୀ ଜମି ,ଶହ ଶହ ଏକର ଜମିକୁ କବଜା କରିଛନ୍ତି ଜବରଦଖଲକାରୀ ।

2,517

କନକବ୍ୟୁରୋ: ଜବରଦଖଲକାରୀଙ୍କ କବଜାରେ ରାଜଧାନୀ ଜମି । ଶହ ଶହ ଏକର ଜମିକୁ କବଜା କରିଛନ୍ତି ଜବରଦଖଲକାରୀ । ବିଡିଏ, ଲୋକସେବା ଭବନ, ବିଧାନସଭାର ନାକ ତଳେ ସରକାରୀ ଜମିକୁ ଜବରଦଖଲକାରୀମାନେ କବଜା କରି ରଖିଛନ୍ତି ।

୨୦୧୩ର ବିଧାନସଭା ତଥ୍ୟ ଅନୁସାରେ, ଭୁବନେଶ୍ୱର ସହରାଂଚଳରେ ୪୭୪ ଏକର ୨୯୬ ଡିସିମିଲ ଜମି ଜବରଦଖଲକାରୀଙ୍କ କବଜାରେ ଅଛି । ୧୦୫୭୯ ଜଣ ଜବରଦଖଲକାରୀ ସରକାରୀ ଜମିକୁ କବଜାରେ ରଖିଛନ୍ତି ।

ଜବରଦଖଲକାରୀଙ୍କ ମଧ୍ୟରେ ୧୩୨ଜଣ ଉଚ୍ଚପଦାଧିକାରୀ ଅଛନ୍ତି । ୨୦୧୯ରେ ଜବରଦଖଲ ଜାଗାର ପରିମାଣ ନେଇ ସେ ସମୟରେ ବିଧାୟକ ସୁଧୀର କୁମାର ସାମଲଙ୍କ ପ୍ରଶ୍ନର ଉତର ରଖିଥିଲେ ମୁଖ୍ୟମନ୍ତ୍ରୀ ଉତର ରଖିଥିଲେ ମୁଖ୍ୟମନ୍ତ୍ରୀ । କହିଥିଲେ, ତଥ୍ୟ ସଂଗ୍ରହ କରାଯାଉଛି ।