ଜରଡା ଅଞ୍ଚଳରେ ଅଭାବନୀୟ ଘଟଣା : ପ୍ରେମିକ ଆତ୍ମହତ୍ୟା କଲେ ବୋଲି…ଗଛରେ ଝୁଲି ଆତ୍ମହତ୍ୟା କଲେ ପ୍ରେମିକା

165

କନକ ବ୍ୟୁରୋ : ପ୍ରେମିକଙ୍କ ଆତ୍ମହତ୍ୟାକୁ ସହିନପାରି ପ୍ରେମିକାଙ୍କ ଆତ୍ମହତ୍ୟା ଅଭିଯୋଗ । ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ଅନ୍ତର୍ଗତ ସାମନ୍ତରାପୁରରେ ପ୍ରେମୀଯୁଗଳ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ପ୍ରେମୀ ଯୁଗଳ ହେଲେ ସୋନୁ ବେହେରା ଓ ସୁନୀତା ପ୍ରଧାନ ।

ମିଳିଥିବା ସୂଚନା ଅନୁସାରେ, ପ୍ରଥମେ ପ୍ରେମିକ ସୋନୁ ବେହେରା ଆତ୍ମହତ୍ୟା କରିଥିଲେ । ପ୍ରେମିକ ଘର ଲୋକେ ରାଗିଯାଇ ତାଙ୍କ ପୁଅ ସୁନୀତାଙ୍କ ପାଇଁ ଫାସିଦେବା କଥା ଯୁବତୀଙ୍କୁ କହିଥିଲେ । ଏହାର କିଛି ସମୟ ପରେ ସୁନୀତା ଏକ ଗଛରେ ଓଢ଼ଣୀ ବାନ୍ଧି ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି । ଏହାକୁ ନେଇ ଗାଁରେ ଶୋକାକୁଳ ପରିବେଶ ଦେଖାଦେଇଛି । ଘଟଣାସ୍ଥଳରେ ଜରଡ଼ା ଥାନା ପୋଲିସ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।