ଅପହଞ୍ଚ ଇଲାକାର ଆଶାର ଆଲୋକ: ପ୍ରଭାବଶାଳୀ ମହିଳା ତାଲିକାରେ ମାଲକାନଗିରିର ଝିଅ

247

କନକ ବ୍ୟୁରୋ: ଉଦ୍ଦେଶ୍ୟ ବହୁତ ବଡ ପ୍ରୟାସ ବି କିଛି କମ୍ ନୁହେଁ । ମାଲକାନଗିରି ଭଳି ଅପହଂଚ ଇଲାକାରୁ ଆସି ସେ ଦୁନିଆ ଆଗରେ ହୋଇପାରିଛନ୍ତି ପ୍ରଭାବଶାଳୀ । ଆଉ ସ୍ୱୀକୃତି ମିଳିଛି ତାଙ୍କ ଉଦ୍ଦେଶ୍ୟକୁ । ହଁ ଆମେ କହୁଛୁ ଜୟନ୍ତୀଙ୍କ ଜୟ ଜୟକାରର କଥା । ଫୋର୍ବସ୍ ମାଗାଜିନ୍ର ଭାରତୀୟ ସଂସ୍କରଣ ଜାରି କରିଛି । ଯେଉଁଥିରେ ମାଲକାନଗିରିର ଆଦିବାସୀ ଝିଅ ଜୟନ୍ତୀ ବୁରୁଦା ରହିଛନ୍ତି । ଦେଶର ୨୩ଜଣ ପ୍ରଭାବଶାଳୀ ମହିଳାଙ୍କ ମଧ୍ୟରେ ସେ ରହିଛନ୍ତି । ଦୁର୍ଗମ ବଣ୍ଡାଘାଟିର ବିଭିନ୍ନ ଗାଁ ବୁଲି ଯୁବତୀଙ୍କୁ ସାନଟାରି ପ୍ୟାଡର ବ୍ୟବହାର ସମ୍ପର୍କରେ ବୁଝାଇଥିଲେ । ପରେ ୩-୪ଟି ସ୍ଥାନରେ ପ୍ୟାଡ୍ ବ୍ୟାଙ୍କ ଖୋଲିଛନ୍ତି । ବଡ କଥା ହେଉଛି ସାମ୍ବାଦିକତାରୁ ସେ ଏହିପରି ଏକ କାମ କରିବାକୁ ପାଇଥିଲେ ପ୍ରେରଣା ।

୨୦୧୭ ମସିହାରେ ୨୦ଜଣ ଶିକ୍ଷିତ ଯୁବତୀକୁ ନେଇ ଜୟନ୍ତୀ ଆରମ୍ଭ କରିଥିଲେ ବଡ଼ ଦିଦି ସଙ୍ଗଠନ । ଦୁର୍ଗମ ବଣ୍ଡାଘାଟିର ବିଭିନ୍ନ ଗାଁ ବୁଲି ଯୁବତୀଙ୍କୁ ସାନଟାରି ପ୍ୟାଡର ବ୍ୟବହାର ସମ୍ପର୍କରେ ବୁଝାଇଥିଲେ । ପରେ ୩-୪ଟି ସ୍ଥାନରେ ପ୍ୟାଡ୍ ବ୍ୟାଙ୍କ ଖୋଲିଲେ । ଯାହା ମହିଳାଙ୍କୁ ସଚେତନ କରିବା ସହ ମାସିକ ଋତୁସ୍ରାବ ସମୟର ଅନେକ ସମସ୍ୟା ଦୂର କରିଛି । ସେହିପରି ଜଙ୍ଗଲରାଣୀ ନେଟୱର୍କ ଜରିଆରେ ବଣ୍ଡାଘାଟିର ଗାଁର ସମସ୍ୟାକୁ ପ୍ରଶାସନର ଦୃଷ୍ଟିକୁ ଆଣିଛନ୍ତି । ଏଥି ସହିତ ପଛୁଆବର୍ଗର ଝିଅଙ୍କୁ ତିନି ଦିନିଆ ମାଗଣା ତାଲିମ୍ ଜରିଆରେ ଶିଖାଉଛନ୍ତି ସ୍ୱାସ୍ଥ୍ୟ ଓ ପ୍ରଯୁକ୍ତିବିଦ୍ୟାର କଥା । ଜୟନ୍ତୀ ଏଫ୍ଡବ୍ଲୁଏମ୍ଆଇ, ଓମେନ୍ ଆଣ୍ଡ୍ ନେଟ୍ୱର୍କରେ ଫେଲୋସିପ୍ ଗ୍ରହଣ କରିଛନ୍ତି ।

ଜୟନ୍ତୀଙ୍କ ଜନ୍ମ ରାଜନୈତିକ ପରିବାରରେ ହୋଇଥିବାରୁ ବିଭିନ୍ନ ସମୟରେ ମଧ୍ୟ ସେ ନିର୍ବାଚନ ଲଢିଛନ୍ତି । ଯଦିଓ ଏହି ଯାତ୍ରା ସେତେଟା ଲୋକଲୋଚନକୁ ଆଣିନଥିଲା । କିନ୍ତୁ ଏବେର ଏହି ଯାତ୍ରା ତାଙ୍କ କ୍ୟାରିଅର ପାଇଁ ଏକ ମାଇଲଖୁଂଟ ।