କୋଟିଆକୁ ନେଇ ଆନ୍ଧ୍ର ଖେଳିଲା ଚାଲ: ଜାରି କଲା ନୂଆ ଭୋଟର ତାଲିକା

58

କନକ ବ୍ୟୁରୋ: ପାଖେଇ ଆସୁଛି ନିର୍ବାଚନ, ଚଳଚଂଚଳ ହେଲାଣି ରାଜନୀତି । ଏସବୁ ଭିତରେ ପୁଣି ଥରେ କୋଟିଆକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଆନ୍ଧ୍ର ଏକ ତରଫା ଭୋଟର ତାଲିକା ଜାରି କରିଛି । ଯାହାକୁ ନେଇ ଏବେ ପୁଣି କୋଟିଆ ବିବାଦ ଆରମ୍ଭ ହୋଇଛି ।

ନିର୍ବାଚନ ରୁତୁ ଆରମ୍ଭ ହୋଇଥିବା ଆନ୍ଧ୍ରପ୍ରଦେଶ କୋଟିଆକୁ ନେଇ ନୂଆ ଚାଲ ଖେଳିଛି । ଚାଲାକି ଦେଖାଇ କୋଟିଆର ନୂଆ ଭୋଟର ତାଲିକା ଜାରି କରିଛି । ଏବେ କୋଟିଆରେ ନୂଆ ଭୋଟର ସଂଖ୍ୟା ୧୪ ଗୁଣ ବଢିଥିବା ତାଲିକାରେ ଦର୍ଶାଯାଇଛି । ଭୋଟର ତାଲିକା ଜାରି କରିବା ପରେ କେମିତି ମତଦାନ ପ୍ରତିଶତ ଅଧିକ ହେବ ସେଥିପାଇଁ ଆନ୍ଧ୍ର ନେତା ଅଧିକାରୀ, କୋଟିଆରେ ଡେରା ପକାଇବା ଆରମ୍ଭ କଲେଣି । ଏହାକୁ ତୀବ୍ର ବିରୋଧ କରିଛି ଓଡିଶା । ଆନ୍ଧ୍ର ତୁରନ୍ତ ଭୋଟର ତାଲିକାରୁ କୋଟିଆକୁ ନ ହଟାଇଲେ ନିର୍ବାଚନ କମିସନଙ୍କ ଦ୍ୱାରସ୍ଥ ହେବ ବୋଲି କହିଛନ୍ତି ସ୍ଥାନୀୟ ଅଂଚଳର ନେତା ।

କୋଟିଆକୁ ନେଇ ଆନ୍ଧ୍ର- ଓଡିଶା ମଧ୍ୟରେ ବିବାଦ ଏବେ ସୁପ୍ରିମକୋର୍ଟରେ ବିଚାରଧିନ ରହିଛି । କୋର୍ଟରେ କୋଟିଆକୁ ନିଜର କହିବା ପାଇଁ ପ୍ରମାଣ ଭାବେ ଭୋଟର ତାଲିକାକୁ ଓ ମତଦାନ ହାରକୁ ଉପସ୍ଥାପିତ କରିବାକୁ ଆନ୍ଧ୍ର ଯୋଜନା ରଖିଛି । ପୁର୍ବରୁ ୨୦୨୧ ମସିହାରେ କୋଟିଆରେ ପଂଚାୟତ ନିର୍ବାଚନ କରିଥିବା ଆନ୍ଧ୍ର ମାତ୍ର ୪୧୭ ଖଣ୍ଡ ଭୋଟ ପଡିବା ପରେ ଅପମାନିତ ହୋଇଥିଲା । ଏବେ ଆନ୍ଧ୍ର ଭୋଟର ତାଲିକା ଜାରି କରିବା ପରେ ଓଡ଼ିଶା ସରକାର କଣ ପଦକ୍ଷେପ ନେବେ ତାହା ଉପରେ ସମସ୍ତଙ୍କ ନଜର ରହିଛି ।

କୋଟିଆକୁ କବଜା କରିବା ପାଇଁ ଦୀର୍ଘ ଦିନକୁ ନାନା ଚକ୍ରାନ୍ତ ଚଳାଇ ଆସୁଛି ଆନ୍ଧ୍ରପ୍ରଦେଶ । ସୁପ୍ରିମକୋର୍ଟରେ ମାମଲା ବିଚାରଧିନ ଥିବା ସତ୍ୱେ କୋଟିଆ ବାସୀଙ୍କୁ ଆଧାର କାର୍ଡ଼ ଓ ଭୋଟର କାର୍ଡ଼ ବାଂଟିଛି ।