ମୀନାଙ୍କୁ ଝୁରୁଛି ମାଲକାନଗିରି ! ଏସପି ଜଗମୋହନ ମୀନାଙ୍କ ବଦଳିପରେ ଆବେଗପୂର୍ଣ୍ଣ ବିଦାୟ ଦେଲେ ପୁଲିସ ଅଧିକାରୀ ଓ ସ୍ଥାନୀୟ ବାସିନ୍ଦା ,ଦେଖନ୍ତୁ ଭିଡିଓ

2,610

ଆଭିଜାତ୍ୟ ଏବଂ ସମ୍ଭ୍ରାନ୍ତତାକୁ ଦେଖିଲେ ଯେ କେହିବି ନିକଟତର ହେବ କିନ୍ତୁ ମଣିଷର ମନକୁ ଚିହ୍ନିବାର କଳା ଯାହା ପାଖରେ ଥାଏ ସେ ହିଁ ପ୍ରକୃତ ମଣିଷ । ଏଭଳି ଜଣେ ମଣିଷଙ୍କୁ ଉପଯୁକ୍ତ ସମ୍ମାନ ଦେଇଛନ୍ତି ଆଦିବାସୀ ଲୋକ । ମାଲକାନଗିରି ଜିଲ୍ଲାର ଆଦିବାସୀ ଲୋକଙ୍କ ମନକୁ ଜିଣି ତାଙ୍କ ପ୍ରିୟଭାଜନ ହୋଇପାରିଛନ୍ତି ଏସପି ଜଗମୋହନ ମୀନା । ମାଲକାନଗିରି ଏସପି ଭାବେ ଅବସ୍ଥାପିତ ଜଗମୋହନ ମୀନାଙ୍କ ଅନୁଗୁଳ ଜିଲ୍ଲା ଏସପି ଭାବେ ବଦଳି ହୋଇଛି । ଆଉ ମୀନାଙ୍କ ବଦଳି ପରେ ଭାବବିହ୍ୱଳ ହୋଇ ବିଦାୟ ସମ୍ବର୍ଦ୍ଧନା ଦେଇଛନ୍ତି ସହକର୍ମୀ ଓ ଯବାନ ।  ମାଲକାନଗିରିରେ ସେମାନେ ନାଚି ନାଚି  ମୁଖିଆଙ୍କୁ ବିଦାୟ ଜଣାଇଛନ୍ତି ।

ଜଗମୋହନ ମୀନାଙ୍କୁ ତାଙ୍କ ବାସଭବନରେ କାନେ୍ଧଇ କାନେ୍ଧଇ ନାଚ ଗୀତ ମାଧ୍ୟମରେ  ପାଛୋଟି ନେଇଥିଲେ ଯବାନ । ସେ ଗତ ୨ ବର୍ଷ ହେଲା ମାଲକାନଗିରିର ଏସପି ଭାବେ ଦାୟିତ୍ୱ ତୁଲାଇ ଆସୁଥିଲେ ।  ନିଜ କାର୍ଯ୍ୟକାଳରେ ସେ  ମାଓଦମନ ସହ ଜନ ସମ୍ପର୍କ ଉପରେ ଅଧିକ ଗୁରୁତ୍ୱ ଦେଇଥିଲେ ।  ଯବାନ ମାନଙ୍କ ଭଲମନ୍ଦ ସହ ରାସ୍ତାଘାଟ ନିର୍ମାଣ ତଥା ଜିଲ୍ଲାର ସାମଗ୍ରିକ ବିକାଶ ଉପରେ ଗୁରୁତ୍ୱ ଦେଇଥିଲେ । ଲୋକଙ୍କ ନିକଟତର ହେବାକୁ ସବୁବେଳେ ଉଦ୍ୟମ କରିଥିଲେ । ଲୋକଙ୍କ ସୁଖ ଦୁଃଖରେ ଜଗମୋହନ ଛିଡା ହେଉଥିଲେ ଓ ତାଙ୍କର ସୁଖ ଦୁଃଖ ବୁଝୁଥିଲେ  ।  ଏବେ ମୀନାଙ୍କ ବଦଳିରେ ଭାବବିହ୍ୱଳ ହୋଇଛନ୍ତି ଯବାନ ଓ ସହକର୍ମୀ । ସୋସିଆଲ୍ ମିଡିଆରେ ମୀନାଙ୍କ ବଦଳିବେଳର ଏକ ଭିଡିଓ ଭାଇରାଲ୍ ହେଉଛି ଯେଉଁଥିରେ ତାଙ୍କୁ କାନ୍ଧରେ ବୋହି ନାଚି ଗାଇ ଯବାନ ଏବଂ ସ୍ଥାନୀୟ ବାସିନ୍ଦା ନେଇଯାଉଛନ୍ତି । ଏହା କେବଳ ଏକ ଭିଡିଓ ନୁହଁ ଏଥିରେ ମୀନାଙ୍କ ବ୍ୟକ୍ତିତ୍ୱ ଏବଂ ଲୋକଙ୍କ ପ୍ରତି ଥିବା ଭଲପାଇବାର ଛାପ ଦେଖିବାକୁ ମିଳୁଛି ।