ଲଗାଣ ବର୍ଷାରେ ମାଲକାନଗିରିର ମାଥାଲିଠାରେ ଘରେ ପସିଲା ବନ୍ୟା ପାଣି ! ମାଲକାନଗିରି-ଜୟପୁର ଯୋଗାଯୋଗ ବିଚ୍ଛିନ୍ନ

44

କନକ ବ୍ୟୁରୋ : ଗତ ଦୁଇ ଦିନ ହେଲାଣି ମାଲକାନଗିରି ସମେତ ଦକ୍ଷଣ ଓଡିଶାରେ ପ୍ରବଳ ବର୍ଷା ଲାଗି ରହିଛି । ସ୍ଥାନୀୟ ପାଙ୍ଗାମା ନଦୀ ପୋଲ ଉପରେ ୪ଫୁଟ ଉଚ୍ଚର ବନ୍ୟା ପାଣି ପ୍ରବାହିତ ହେଉଥିବା ସୂଚନା ମିଳିଛି । ନଦୀରେ ଜଳସ୍ତର ପ୍ରବଳ ମାତ୍ରାରେ ବଢିବା କାରଣରୁ ଏପରି ପରିସ୍ଥିତି ହୋଇଥିବା ସୂଚନା ମିଳିଛି । ରାସ୍ତାରେ ପାଣି ଜମିରହିଥିବାରୁ ଜୟପୁର-ମାଲକାନଗିରି ବିଚ୍ଛିନ୍ନ ହୋଇ ରହିବା କାରଣରୁ ଅନେକ ଗାଡି ଉଭୟ ପାଶ୍ୱର୍ ରାସ୍ତାରେ ଛିଡା ହୋଇ ରହିଛି । ତେଣୁ ଲୋକମାନେ ନାହିନଥିବା ହଇରାଣ ହେଉଛନ୍ତି । ସବୁଠାରୁ ଅଧିକା କ୍ଷତି ହୋଇଛି ମାଥିଲିଠାରେ । ସେଠାରେ ଗତ ରାତିରେ ୯୨ମିମି ବର୍ଷା ରେକର୍ଡ ହୋଇଥିବା ଜଣାପଡିଛି ।

 

ଅନେକ ଘରେ ପାଣି ଜମିରହିଛି । ଲୋକମାନେ ଘରର ଅତ୍ୟାବଶ୍ୟକୀୟ ସାମଗ୍ରୀ ଖଟ ଉପରକୁ ଉଠାଇବା ସହ ବାଲଟିରେ ଘରୁ ପାଣି ବାହାର କରୁଥିବା ଦେଖାଯାଇଛି । ପୂର୍ବରୁ ଥରେ ବନ୍ୟା ହେବା ଫଳରେ ସ୍ଥାନୀୟ ବାସିନ୍ଦା ପ୍ରଭାବିତ ହୋଇଥିବା ବେଳେ ପୁଣିଥରେ ବର୍ଷାରେ ବନ୍ୟା ପରିସ୍ଥିତି ଉପୁଜିଥିବାରୁ ସାଧାରଣ ଲୋକ ପ୍ରଭାବିତ ହୋଇଛନ୍ତି । ଅନେକ ସ୍ଥାନରେ ରାସ୍ତା ଉପରେ ପାଣି ପ୍ରଭାବିତ ହେଉଥିବାରୁ ଲୋକମାନଙ୍କ ନିକଟରେ ଖାଦ୍ୟ ପଦାର୍ଥ ପହଚିଂବାରେ ଅସୁବିଧା ଉପୁଡିଛି । ତେବେ ଲୋକମାନଙ୍କ ପାଖରେ ସମସ୍ତ ଜିନିଷ ପହଞ୍ଚାଇବା ପାଇଂ ପ୍ରଶାସନ ଉଦ୍ୟମ କରୁଥିବା ସୂଚନା ମିଳିଛି । ତେବେ ରାସ୍ତାରେ ପାଣି କମିଲେ ଜିଲ୍ଲାରେ କେତେ ପରିମାଣପରେ ୭କ୍ଷତି ହୋଇଛି ତାହା ଜଣାପଡିବ ବୋଲି ଜଣାପଡିଛି ।