ଦେଶରେ ବଢୁଛି ଧାର୍ମିକ ହିଂସା, ଉଦୟ ପୁର ପରେ ଏବେ ଅମରାବତୀରେ ଗଳାକାଟି ହତ୍ୟା

145

କନକ ବ୍ୟୁରୋ :  ଉଦୟପୁର ଟେଲର କହ୍ନୈୟାଲାଲ ହତ୍ୟାକାଣ୍ଡକୁ ନେଇ ବିବାଦ ଏବେ ବି ଥମି ନଥିବାବେଳେ ମହାରାଷ୍ଟ୍ରରୁ ଆଉ ଏକ ହତ୍ୟାର ଖବର ସାମ୍ନାକୁ ଆସିଛି । ମହାରାଷ୍ଟ୍ରର ଅମରାବତୀ ଅଂଚଳର ଜଣେ ମେଡିସିନ୍ ବ୍ୟବସାୟୀଙ୍କୁ ଗଳା କାଟି କରାଯାଇଛି ହତ୍ୟା । କୁହାଯାଉଛି ନୂପୁର ଶର୍ମାଙ୍କୁ ସମର୍ଥନ ଜଣାଇ ପୋଷ୍ଟ ସେୟାର କରିଥିବାରୁ ତାଙ୍କୁ ହତ୍ୟା କରାଯାଉଥିବା ସନ୍ଦେହ କରାଯାଉଛି । ଘଟଣାର ଏନଆଇଏ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହ ।

 ଉଦୟପୁର କହ୍ନୈୟାଲାଲ ହତ୍ୟାକାଣ୍ଡକୁ ନେଇ ବିବାଦ ଏବେ ବି ଥମି ନଥିବାବେଳେ ମହାରାଷ୍ଟ୍ରରୁ ଆଉ ଏକ ଲୋମହର୍ଷଣକାରୀ ହତ୍ୟାର ଖବର ସାମ୍ନାକୁ ଆସିଛି । ମହାରାଷ୍ଟ୍ର ଅମରାବତୀ ଅଂଚଳର ଔଷଧ ବ୍ୟବସାୟୀ ଉମେଶ କୋହ୍ଲେଙ୍କୁ ଗଳା କାଟି ହତ୍ୟା କରାଯାଇଛି । ଘଟଣାର କନେକ୍ସନ୍ ନୂପୁର ଶର୍ମାଙ୍କ ବିବାଦୀୟ ବୟାନ ସହ ରହିଥିବା ଅନୁମାନ କରାଯାଉଛି । କୁହାଯାଉଛି ନୂପୁର ଶର୍ମାଙ୍କୁ ସମର୍ଥନ କରି ଏକ ପୋଷ୍ଟକୁ ଭୁଲ ବସତଃ ଏକ ଗ୍ରୁପ୍ରେ ସେୟାର କରିଥିଲେ ବୋଲି ତାଙ୍କୁ ହତ୍ୟା କରାଯାଇଥିବା ଅମରାବତୀର ସ୍ଥାନୀୟ ବିଜେପି ନେତା ।

 ନିୟମିତ ଭାବେ ନିଜ ମେଡିସିନ୍ ଦୋକାନ ବନ୍ଦ କରି ଘରକୁ ବାହାରିଥିଲେ ବ୍ୟବସାୟୀ ଉମେଶ କୋହ୍ଲେ । ଏହି ସମୟରେ ତିନି ଜଣ ଦୁର୍ବୃତ୍ତ ରାସ୍ତା ମଝିରେ ୫୪ବର୍ଷୀୟ ଉମେଶଙ୍କୁ ଗଳାକାଟ ହତ୍ୟା କରିଥିଲେ । ସମସ୍ତ ଦୁର୍ବୃତ୍ତ ମୁହଁରେ କଳା କପଡା ଗୁଡାଇ ହୋଇଥିଲେ । ସେଠାରୁ ୧୫ ମିଟର ଦୂରରେ ଉମେଶଙ୍କ ପୁଅ ସଙ୍କେତ ମଧ୍ୟ ଉପସ୍ଥିତ ଥିଲେ । ସଂକେତ ଦୌଡିକି ଯାଇ ନିଜ ବାପାଙ୍କୁ ବଂଚାଇବାରୁ ସେଠାରୁ ଫେରାର ହୋଇଯାଇଥିଲେ ଦୁର୍ବୃତ୍ତ । ତୁରନ୍ତ କିଛି ସ୍ଥାନୀୟ ଲୋକଙ୍କ ସହାୟତାରେ ଉମେଶଙ୍କୁ ନିକଟସ୍ଥ ଏକକ୍ସନ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ସେଠେରେ ଚିକିତ୍ସାଧିନ ଅବସ୍ଥାରେ ଉମେଶଙ୍କ ମୃତ୍ୟୁ ହୋଇଥିଲା । ସଂକେତ ସଠିକ୍ ସମୟରେ ପହଁଚି ନଥିଲେ ଦୁର୍ବୃତମାନେ ଉମେଶଙ୍କ ମୁଣ୍ଡ କାଟ କରିଥାନ୍ତେ ବୋଲି ଦାବି କରିଛି ତଦନ୍ତ କରୁଥିବା ସ୍ଥାନୀୟ ପୋଲିସ । ଉଦୟପୁର କହ୍ନୈୟାଲାଲ ହତ୍ୟାକାଣ୍ଡ ସାରା ଦେଶରେ ଚର୍ଚ୍ଚିିତ ବିଷୟ ପାଲଟିବା ପରେ ଅମରାବତୀରେ ମଧ୍ୟ ଉମେଶ କୋହ୍ଲେଙ୍କ ହତ୍ୟାକୁ ଏକ ଟାର୍ଗେଟ କିଲିଂ ବୋଲି ଦାବି କରିଛି ବିଜେପି ।

 ଉମେଶ କୋହ୍ଲେଙ୍କ ହତ୍ୟାକାଣ୍ଡକୁ ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ହତ୍ୟାକାଣ୍ଡର ସମ୍ପୃକ୍ତି ଆତଙ୍କବାଦୀ ଗତିବିଧି ସହ ଜଡିତ ଥିବା ନେଇ ମହାରାଷ୍ଟ୍ର ଏଟିଏସ ବା ଆଂଟି ଟେରୋରିଷ୍ଟ ସ୍କ୍ୱାର୍ଡ ବି ଦାବି କରିଛି । ଘଟଣାରେ ୫ଜଣଙ୍କୁ ଗିରଫ କରାଯାଇ ପଚରା ଉଚୁରା କରୁଛି । ମାତ୍ର ମୁଖ୍ୟ ଅଭିଯୁକ୍ତ ଏବେ ସୁଦ୍ଧା ଫେରାର ଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।

ଉମେଶଙ୍କ ହତ୍ୟାପରେ ତାଙ୍କ ପରିବାର ମଧ୍ୟରେ ଭୟର ମାହୋଲ ଦେଖିବାକୁ ମିଳିଛି । ଘଟଣାରେ ଗିରଫ ହୋଇଥିବା ଅଭିଯୁକ୍ତଙ୍କ ଉମେଶଙ୍କ ସହ କୌଣସି ବି ସମ୍ପର୍କ ନଥିଲା । କେବେ ଏଭଳି ସମୟରେ  ତାଙ୍କ ହତ୍ୟାକୁ ନେଇ ସନ୍ଦେହ ବଢିବାରେ ଲାଗିଛି । ଘଟଣାର ଆତଙ୍କବାଦୀ ସମ୍ପୃକ୍ତି ଥିବା ଅନୁମାନ କରାଯାଉଛି ।