ଭକ୍ତଙ୍କ ଗହଣରେ ମା’ ବୁଢୀ ଠାକୁରାଣୀ: ଘଟ ପରିକ୍ରମାରେ ଦୁଲୁକିବ ସାହି

160

କନକ ବ୍ୟୁରୋ: ଆରମ୍ଭ ହୋଇଛି ବ୍ରହ୍ମପୁରର ପ୍ରସିଦ୍ଧ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା । ଦୁଇ ବର୍ଷରେ ଥରେ ହେଉଥିବା ଏହି ଯାତ୍ରାକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳୁଛି । ମଙ୍ଗଳବାର ରାତିରେ ବାପାଙ୍କ ଘରକୁ ଆସିଛନ୍ତି ମା’ । ଦେଶୀ ବେହେରା ସାହିରେ ଥିବା ଅସ୍ଥାୟୀ ମଣ୍ଡପରେ ବିଜେ କରିଛନ୍ତି ମାଆ । ପ୍ରାୟ ଏକ ମାସ ଧରି ବାପ ଘରେ ରହି ପୂଜା ପାଇବେ । ଏଥିପାଇଁ ବ୍ରହ୍ମପୁରର ଦେଶୀବେହେରା ସାହି ଉତ୍ସବମୁଖର ହୋଇଛି । ପରମ୍ପରା ଅନୁସାରେ, ଯାତ୍ରା ପରିଚାଳକ ତଥା ବାପା ଦୁର୍ଗାପ୍ରସାଦ ଦେଶୀବେହେରା ଓ ମା ପି.ଦେବକୀ ମାଆଙ୍କ ଆଜ୍ଞାମାଳ ପାଇ ମାଆଙ୍କୁ ଅସ୍ଥାୟୀ ମଣ୍ଡପକୁ ପାଛୋଟି ଆଣିଛନ୍ତି । ମାଙ୍କ ଅସ୍ଥାୟୀ ମଣ୍ଡପ ଫୁଲରେ ସଜେଇ ହୋଇଛି । ଏବେ ମାଙ୍କ ଘଟ ବିଭିନ୍ନ ସାହି ପରିକ୍ରମା କରିବ ।

କୋଟ୍ଟପାଡରେ ଏବେ ଜମୁଛି ଶୀତଳା ଠାକୁରାଣୀଙ୍କ ଘଟଯାତ୍ରା । ୧୧ଦିନ ଧରି ଚାଲିଥିବା ଏହି ଯାତ୍ରା ଆଜି ରାତିରେ ଉଦଯାପିତ ହେଉଛି । କରୋନା ଯୋଗୁଁ ୬ ବର୍ଷ ପରେ ଘଟଯାତ୍ରା ହେଉଛି । ସୀମାନ୍ତ ଅଂଚଳରେ ହେଉଥିବାରୁ ପଡୋଶୀ ରାଜ୍ୟର ଲୋକଙ୍କ ବି ଏଠାରେ ଭିଡ ଲାଗିରହିଥାଏ । ପ୍ରତି ୩ ବର୍ଷରେ ଥିରେ ମାଙ୍କ ଏହି ପର୍ବ ପାଳନ ହୋଇଥାଏ । କରୋନା ପାଇଁ ଏହି ଘଟ ଯାତ୍ରା ବନ୍ଦ ଥିଲା । ସୀମାନ୍ତରେ ରହିଥିବାରୁ ଏଠାରେ ପଡୋଶୀ ରାଜ୍ୟରୁ ମଧ୍ୟ ଶ୍ରଦ୍ଧାଳୁ ଆସିଥାନ୍ତି । କୋଟ୍ଟପାଡ ଘଟ ଯାତ୍ରାରେ ସବୁଠାରୁ ଆକର୍ଷଣୀୟ ହେଉଛି କଳସଯାତ୍ରା । ଆଜି ରାତିରେ ଉଦଯାପିତ ହେଉଥିବାକୁ ଯାତ୍ରା ଦେଖିବାକୁ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି ।