ପୁଣି ସାମ୍ନାକୁ ଆସିଲା କୋହଲି ଓ ଗମ୍ଭୀରଙ୍କ ତିକ୍ତ ସମ୍ପର୍କର ପ୍ରମାଣ : ଆଇପିଏଲ ମ୍ୟାଚ୍ ପରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ

404

କନକ ବ୍ୟୁରୋ : ବିରାଟ କୋହଲି ଓ ଗୌତମ ଗମ୍ଭୀର । ଭାରତୀୟ କ୍ରିକେଟର ଦୁଇ ବଡ଼ ନାଁ । ହେଲେ ଏମାନଙ୍କ ମଧ୍ୟରେ ତିକ୍ତ ସମ୍ପର୍କ ରହିଥିବାର ଚର୍ଚ୍ଚା ହୋଇଥାଏ । ଏହାର ପୁଣି ଏକ ପ୍ରମାଣ ମିଳିଛି । ଆଇପିଏଲ ମ୍ୟାଚ୍ ବେଳେ ବିରାଟ କୋହଲି ଓ ଗୌତମ ଗମ୍ଭୀରଙ୍କ ମଧ୍ୟ ରେ କଥା କଟାକଟି ହେଉଥିବା ଦେଖିବାକୁ ମିଳିଛି । ସୋମବାର ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଓ ଲକ୍ଷ୍ନୌ ସୁପର ଜିଆଂଟସ୍ ମଧ୍ୟରେ ମ୍ୟାଚ୍ ପରେ ଏହା ଦେଖିବାକୁ ମିଳିଛି । ଏହି ମ୍ୟାଚକୁ ବାଙ୍ଗାଲୋର ଜିତିନେଇଥିଲା । ତେବେ ମ୍ୟାଚ୍ ପରେ କୋହଲି ଓ ଗମ୍ଭୀରଙ୍କ ମଧ୍ୟରେ ଯୁକ୍ତି ତର୍କ ହୋଇଥିଲା । ଅନ୍ୟ ଖେଳାଳିମାନେ ଦୁହିଁଙ୍କୁ ଅଲଗା କରିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଥିଲା । ଗମ୍ଭୀର ଏବେ ଲକ୍ଷ୍ନୌ ଟିମର କୋଚ୍ ଅଛନ୍ତି ।