ହେୟାର ଡାଇ(ରଙ୍ଗ)ରୁ ଆରମ୍ଭ କରିଥିବା  କସମେଟିକ୍ କମ୍ପାନୀ ‘ଲ’ରିୟଲ୍’ର ମାଲିକ ଏବେ ଏତେ ରୋଜଗାର କରୁଛନ୍ତି ଯେ ଏବେ ଏହା ଏକ ରେକର୍ଡ ।

96

ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସ ଅନୁଯାୟୀ, ୭୦ ବର୍ଷ ବୟସ୍କ ବେଟେନକୋର୍ଟ ମେୟର୍ସ ,୨୪୧  ବିଲିୟନ ୟୁରୋ ମୂଲ୍ୟର ବିଶ୍ୱବ୍ୟାପୀ କମ୍ପାନୀ ଲ’ରିୟଲ୍’ ବୋର୍ଡର ଉପାଧ୍ୟକ୍ଷ ଅଟନ୍ତି ।

ବିଶ୍ବ ପ୍ରସିଦ୍ଧ କସମେଟିକ୍ ଉତ୍ପାଦ ଉତ୍ପାଦନ କମ୍ପାନୀ L’Oreal ର ଉତ୍ତରାଧିକାରୀ ତଥା ବ୍ୟବସାୟୀ ଫ୍ରାଙ୍କୋଇସ୍ ବେଟେନକୋର୍ଟ ମେୟର୍ସ ୧୦୦ ବିଲିୟନ ଡଲାର (ପ୍ରାୟ ୮୩,୨୪,୮୮,୫୦,୦୦,୦୦ ଟଙ୍କା) ରୋଜଗାର କରିବାରେ ପ୍ରଥମ ମହିଳା ହୋଇପାରିଛନ୍ତି। । ଫ୍ରାଙ୍କୋଇସ୍ ମୂଳତ ଫ୍ରାନ୍ସର ବାସିନ୍ଦା ଅଟନ୍ତି । ସେ ତାଙ୍କ ମା’ଙ୍କଠାରୁ ଉତ୍ତରାଧିକାରୀ ସୂତ୍ରରେ ଏହି ପ୍ରସାଧନ ସାମ୍ରାଜ୍ୟ ପାଇଥିଲେ । ପରେ ଏହାର ଅଂଶଧନରେ ଅହେତୁକ ମୂଲ୍ୟ ବୃଦ୍ଧି ହେତୁ ସେ ଏହି ଲକ୍ଷ୍ୟରେ ପହଞ୍ଚି ପାରିଛନ୍ତି ।

ମାଆଙ୍କ ନାମରେ ଥିଲା ଏହି ରେକର୍ଡ

ଆପଣ ଜାଣିଥିବେ ଯେ ଫ୍ରାଙ୍କୋଇସ୍ ବେଟେନକୋର୍ଟ ମେୟର୍ସଙ୍କ ମା’ ୨୦୧୭ ରେ ମୃତ୍ୟୁ ପର୍ଯ୍ୟନ୍ତ ଦୁନିଆର ସବୁଠାରୁ ଧନୀ ମହିଳାଙ୍କ ଆଖ୍ୟା ପାଇଥିଲେ ।

ହେୟାର ଡାଇ(ରଙ୍ଗ)ରୁ ଆରମ୍ଭ ହୋଇଥିଲା କମ୍ପାନୀ୧୯୦୯ ମସିହାରେ ଏହି କମ୍ପାନୀ ବେଟେନକୋର୍ଟ ମେୟର୍ସଙ୍କ ଜେଜେବାପା ଇଉଜିନ୍ ସ୍କୁଏଲର୍ଙ୍କ ଦ୍ଵାରା ପ୍ରତିଷ୍ଠିତ ହୋଇଥିଲା । କମ୍ପାନୀ ପ୍ରଥମେ ହେୟାର ଡାଇ(ରଙ୍ଗ)ରୁ ନିଜର ବ୍ୟବସାୟ ସାମ୍ରାଜ୍ୟ ଆରମ୍ଭ କରିଥିଲା । ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସ ଅନୁଯାୟୀ, ୭୦ ବର୍ଷ ବୟସ୍କ ବେଟେନକୋର୍ଟ ମେୟର୍ସ ,୨୪୧  ବିଲିୟନ ୟୁରୋ ମୂଲ୍ୟର ବିଶ୍ୱବ୍ୟାପୀ କମ୍ପାନୀ ଲ’ରିୟଲ୍’ ବୋର୍ଡର ଉପାଧ୍ୟକ୍ଷ ଅଟନ୍ତି । ସେ ଏବଂ ତାଙ୍କ ପରିବାର ପ୍ରାୟ ୩୫ ପ୍ରତିଶତ ଅଂଶଧନ ସହିତ କମ୍ପାନୀର ସର୍ବ ବୃହତ ଅଂଶୀଦାର ଅଟନ୍ତି । ଏହାର ମୂଲ୍ୟ ତାଙ୍କ ସମ୍ପତ୍ତିକୁ ଚଳିତ ବର୍ଷ ୨୮.୬ ବିଲିୟନ ଡ଼ଲାରରେ ବୃଦ୍ଧି କରି ୧୦୦ ବିଲିୟନ ଡଲାରରେ ପହଞ୍ଚିବାରେ ସାହାଯ୍ୟ କରିଛି । ବେଟେନକର୍ଟ ମେୟର୍ସ ଏକ ବର୍ଷରେ ଧନୀ ହେବାରେ ଏକାକୀ ନୁହଁନ୍ତି ଯେଉଁଥିରେ ସାଧାରଣତ ବିଲିୟନେୟାରଙ୍କ ସମ୍ପତ୍ତିରେ ଉଲ୍ଲେଖନୀୟ ବୃଦ୍ଧି ଘଟିଥଲା । ଆହୁରି ବହୁତ କମ୍ପାନୀ ମଧ୍ୟ ଏହିପରି ସଫଳତା ହାସଲ କରିପାରିଛି ।  ଦୁନିଆର ୫୦ ଧନୀ ବ୍ୟକ୍ତିଙ୍କ ମଧ୍ୟରୁ ୧୨ ଜଣ ୨୦୨୩  ମସିହାରେ ବହୁତ କ୍ଷତି ସହି ତାଲିକାର ତଳକୁ ଖସିଥିବା ବେଳେ ଆଉ କିଛି ଧନୀ ବ୍ୟକ୍ତି ବ୍ୟବସାୟକୁ ବଜାୟ ରଖି ସେମାନଙ୍କ ସମ୍ପତ୍ତିରେ ବୃଦ୍ଧି କରିପାରିଛନ୍ତି ।  ଏହି ତାଲିକାରେ ଥିବା ଅଧିକାଂଶ ପୁରୁଷ ଆମେରିକାରୁ ଆସିଛନ୍ତି। ବେଟାନକର୍ଟ ମେୟର୍ସ ଏହି   ମାନ୍ୟତାରେ ଦ୍ୱାଦଶ ସ୍ଥାନରେ ଅଛି ।