ପଂଜିକାରେ ଜଗନ୍ନାଥଙ୍କ ସୁନାବେଶ ଗଣନାକୁ ନେଇ ବିବାଦ । ଘୋଷଯାତ୍ରାର ବାହୁଡା ଦିନରେ ପଡୁଛି ସୁନାବେଶ

ଗଣନା ଦେଖି ଜଗନ୍ନାଥ ଗବେଷକ ନାରାଜ ,କହିଲେ ବାରମ୍ବାର କରୁଛନ୍ତି ତ୍ରୁଟି

236

କନକ ବ୍ୟୁରୋ: ପଞ୍ଜିକାରେ ଜଗନ୍ନାଥଙ୍କ ସୁନାବେଶ ଗଣନାକୁ ନେଇ ଦେଖାଦେଇଛି ବିବାଦ । ମହାପ୍ରଭୁଙ୍କର ରଥଯାତ୍ରାରେ ବାହୁଡା ଦିନରେ ସୁନାବେଶ ପଡିବ ବୋଲି ଅନେକ ପଞ୍ଜିକା ଦର୍ଶାଇଛନ୍ତି । ଆଉ ଏହାକୁ ବିରୋଧ କରିଛନ୍ତି ଗବେଷକ । ସେମାନଙ୍କ ମତରେ ଦୋଳପୂର୍ଣ୍ଣିମା ତିଥିରେ ନୂଆ ପଞ୍ଜିକା ପ୍ରଚଳନ କରାଯିବା ବିଧି ରହିଛି । ପର୍ବପର୍ବାଣୀ ଓ ଯାନିଯାତ୍ରାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ବାର୍ଷିତ ନୀତି ନିର୍ଘଂଟ କରିଥାଏ । ହେଲେ ତା ପୂର୍ବରୁ ପଞ୍ଜିକାରମାନେ ନିଜ ଇଚ୍ଛା ମୁତାବତ ନୂୂଆ ପାଞ୍ଜିରେ ବାହୁଡା ଦିନ ହରିଶୟନ ଏକାଦଶୀ ଓ ସୁନାବେଶ କହିବା ଭ୍ରମାତ୍ନକ ।

 

ଗଣନାକାରୀମାନେ ବାରମ୍ବାର ପଞ୍ଜିକାରେ ତ୍ରୁଟି କରୁଥିବାରୁ ସେ ନେଇ କଟକଣା କରିବା ଦରକାର ବୋଲି ବୋଲି କହିଛନ୍ତି ଜ୍ୟୋତିର୍ବିଦ । ହରିଶୟନ ଏକାଦଶୀରେ ହେବ ବାହୁଡା ଯାତ୍ରା । ତିଥିରେ ବ୍ୟତିକ୍ରମ ହେଲେ ବି ମହାପ୍ରଭୁଙ୍କ ରୀତିନୀତିରେ ଦିନ ଗଣନା ଅନୁଯାୟୀ ହେଉଥିବାରୁ ଏକାଦଶୀରେ ବାହୁଡିବେ ଠାକୁର ଓ ଦ୍ୱାଦଶୀରେ ହେବ ସୁନାବେଶ । ତେଣୁ ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରିବା ପାଇଁ ଖୁବଶୀଘ୍ର ବୈଠକ କରିବା ସହ ଗଜପତି ଓ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ନେବାକୁ ଦାବି କରିଛନ୍ତି ଦଇତାପତି ସେବାୟତ ।

 

ତିଥିରେ ବ୍ୟତିକ୍ରମ ହୋଇଥିଲେ ବି ଠାକୁରଙ୍କ ଯାନିଯାତ୍ରା ସମ୍ପର୍କରେ ଖଡିରତ୍ନ ପଂଜିକା କେବଳ ଉଲ୍ଲେଖ କରିଛି । ସେହି ପଂଜିକାକୁ ଶ୍ରୀମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ଗଜପତି ମହାରାଜ ଦିବ୍ୟସିଂହ ଦେବ, ମୁକ୍ତିମଣ୍ଡପ ଓ ଶ୍ରୀମନ୍ଦିର ପୂଜାପଣ୍ଡା ନିଯୋଗ ଅନୁମୋଦନ କରିସାରିଥିବାବେଳେ ସେଥିରେ ସୁନାବେଶ ହରିଶୟନ ଏକାଦଶୀ ଦିନ ଲେଖିବା ନିନ୍ଦନୀୟ ବୋଲି କହିଛନ୍ତି ଜ୍ୟୋର୍ତିବିଦ ।