ଲୋକସଭାରେ ପାରିତ ହେଲା ୧୯୮୪ ଶିଖ୍ ଦଙ୍ଗା ପୀଡିତଙ୍କ ପାଇଁ ପ୍ୟାକେଜ, ମୃତକଙ୍କ ପରିବାରକୁ ୩.୫୦ ଲକ୍ଷ ଓ ଆହତଙ୍କ ପାଇଁ ୧.୨୫ ଲକ୍ଷ ଟଙ୍କା ଦେବେ କେନ୍ଦ୍ର ସରକାର

179

କନକ ବ୍ୟୁରୋ : ଲୋକସଭାରେ ଜାରି ରହିଥିବା ହୋହାଲ୍ଲା ଭିତରେ ଗୁରୁବାର ଦିନ କେନ୍ଦ୍ର ସରକାର ୧୯୮୪ ମସିହା ଶିଖ୍ ଦଙ୍ଗା ପୀଡିତ ମାନଙ୍କ ପାଇଁ ସହାୟତା ରାଶି ଘୋଷଣା କରିଛନ୍ତି । ଏଥିରେ ପ୍ରତ୍ୟେକ ମୃତକଙ୍କ ପରିବାରକୁ ୩.୫୦ ଲକ୍ଷ ଓ ଆହତଙ୍କ ପାଇଁ ୧.୨୫ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଲୋକସଭାରେ ଅଳ୍ପ ସଂଖ୍ୟକ ମନ୍ତ୍ରଣାଳୟ ତରଫରୁ ଏହି ବିଧେୟକ ଉପସ୍ଥାପନ କରାଯାଇଥିଲା ।

କେବଳ ସେତିକି ନୁହେଁ ଯଦି ମୃତକଙ୍କ ବିଧବା ପତ୍ନୀ କିମ୍ବା ତାଙ୍କ ପରିବାରରେ ଥିବା ବୟସ୍କ ଲୋକଙ୍କୁ ମାସିକ ୨.୫୦୦ ହଜାର ଟଙ୍କା ଦେବାକୁ ରାଜ୍ୟ ସରକାର ମାନଙ୍କ ପାଇଁ କେନ୍ଦ୍ର ସରକାର ପ୍ରାବଧାନ କରିଛନ୍ତି । ଏହି ପେନସନ୍ ସେମାନଙ୍କୁ ଜୀବନ ସାରା ମିଳିବ ଓ ଏହି ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ।

କହିରଖୁ କି ୨୦୧୪ ମସିହାରେ ବି କେନ୍ଦ୍ର ସରକାର ଶିଖ୍ ଦଙ୍ଗାରେ ପୀଡିତ ମାନଙ୍କ ପାଇଁ ସହାୟତା ପ୍ୟାକେଜ ୫ ଲକ୍ଷ ଟଙ୍କା ଲେଖାଏଁ କରିବାକୁ ଯୋଜନା କରିଥିଲେ । କେନ୍ଦ୍ରୀୟ ଅଳ୍ପସଂଖ୍ୟକ ମନ୍ତ୍ରଣାଳୟ କହିଛନ୍ତି କି ଆର୍ଥିକ ବର୍ଷ ୨୦୨୧-୨୨ ବଜେଟରେ ୮୪ ଦଙ୍ଗାରେ ପୀଡିତଙ୍କ ପରିବାର ଲୋକଙ୍କୁ ସହାୟତା ରାଶି ଦେବାକୁ ୪.୫ କୋଟି ଟଙ୍କାର ବଜେଟ୍ ପ୍ରସ୍ତୁତ କରାଯାଇଛି ।