ପଦକ ବିଜେତା ହକି ଟିମରେ ସାମିଲ ଥିବା ୨ ହରିଆଣା ଖେଳାଳୀଙ୍କ ପାଇଁ ରାଜ୍ୟ ସରକାର ଘୋଷଣା କଲେ ପୁରସ୍କାର ରାଶି, ଉଭୟଙ୍କୁ ମିଳିବ ୨.୫ କୋଟି ଲେଖାଏଁ ଟଙ୍କା

208

କନକ ବ୍ୟୁରୋ :  ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ହକି ଦଳ ସୁନ୍ଦର ପ୍ରଦର୍ଶନ କରିଛି । ଭାରତୀୟ ହକି ଟିମରେ ସାମିଲ ଥିବା ହରିଆଣାର ୨ ଜଣ ଖେଳାଳୀଙ୍କ ପାଇଁ ପୁରସ୍କାର ରାଶି ଘୋଷଣା କରିଛନ୍ତି ରାଜ୍ୟ ସରକାର । ହରିଆଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର ଗୁରୁବାର ଦିନ ଘୋଷଣା କରିଛନ୍ତି କି ଭାରତୀୟ ହକି ଟିମରେ ସାମିଲ ଥିବା ହରିଆଣାର ୨ ଜଣ ଖେଳାଳୀଙ୍କୁ ସରକାରଙ୍କ ତରଫରୁ ୨.୫ କୋଟି ଟଙ୍କା ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରାଯିବ । ଏହାସହ ସେମାନଙ୍କୁ ଗ୍ରୁପ ବି ରେ ଚାକିରୀ ମିଳିବ । କେବଳ ସେତିକି ନୁହେଁ ସେମାନଙ୍କୁ ରାଜ୍ୟ ଖେଳ ବିଭାଗର ସିନିୟର କୋଚ ପଦ ବି ମିଳିବ । ଏହା ବ୍ୟତୀତ ହରିଆଣା ସହରୀ ବିକାଶ ପ୍ରାଧିକରଣ ତରଫରୁ ୨ ଖେଳାଳୀଙ୍କୁ ରିଆତି ଦରରେ ଗୋଟିଏ ଲେଖାଏଁ ପ୍ଲଟ ଯୋଗାଇ ଦିଆଯିବ ବୋଲି ଘୋଷଣା କରାଯାଇଛି । କହିରଖୁ କି ଭାରତୀୟ ହକି ଟିମରେ ସୋନିପତରୁ ସୁମିତ କୁମାର ଓ କୁରୁକ୍ଷେତ୍ରରୁ ସୁରେନ୍ଦ୍ର କୁମାର ସାମିଲ ହୋଇଥିଲେ ।

ଅନ୍ୟପଟେ ଭାରତୀୟ ହକି ଟିମର ବିଜୟ ଓ ପଞ୍ଜାବ ଖେଳାଳୀଙ୍କ ଦମଦାର ପ୍ରଦର୍ଶନ ପରେ ପଞ୍ଜାବ କ୍ରୀଡାମନ୍ତ୍ରୀ ରାଣା ସୋଢୀ ଘୋଷଣା କରିଥିଲେ କି ତାଙ୍କ ସରକାର ପଦକ ବିଜେତା ହକି ଟିମର ପ୍ରତ୍ୟେକ ଖେଳାଳୀଙ୍କୁ ୧ କୋଟି ଟଙ୍କା ଲେଖାଏଁ ପ୍ରଦାନ କରିବ ।

ସୂଚନା ଥାଉକି ଭାରତୀୟ ହକି ଟିମ୍ ୪୧ ବର୍ଷ ପରେ ଟୋକିଓ ଅଲିମ୍ପିକ୍ସରେ ପଦକ ଆଣିବାରେ ସଫଳ ହୋଇଛନ୍ତି । ଏହି ସଫଳତା ପଛରେ ପଞ୍ଜାବ ଓ ହରିଆଣା ଖେଳାଳୀଙ୍କୁ ପ୍ରଦର୍ଶନ ଭଲ ରହିଥିଲା । ଗୁରୁବାର ସକାଳେ ଯେତେବେଳେ ଭାରତୀୟ ହକି ଟିମ୍ ଜର୍ମାନୀ ଠାରୁ ବିଜୟ ହୋଇଥିଲା ଏହି ଦୁଇଟି ରାଜ୍ୟରେ ଖୁସିର ଲହରି ଖେଳିଯାଇଥିଲା । ଏହା ପୂର୍ବରୁ ୧୯୮୦ ଅଲିମ୍ପିକ୍ସରେ ଭାରତ ହକି ଖେଳରେ ପଦକ ଜିତିବାରେ ସକ୍ଷମ ହୋଇଥିଲା ।