କନକ ବ୍ୟୁରୋ : ଲୋକସଭା ଓ ରାଜ୍ୟସଭାର କାର୍ଯ୍ୟକାଳ ଭିତରେ କିଛି ଶବ୍ଦ ବ୍ୟବହାର ନକରିବାକୁ କଟକଣା ଆସିଥିବା ବେଳେ ଏହାକୁ ନେଇ ବିରୋଧୀ ଦଳ ସରକାରଙ୍କ ଉପରେ ବର୍ଷିଛନ୍ତି । ଏହାରି ମଧ୍ୟରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା ବୟାନ ଜାରି କରିଛନ୍ତି । ସେ କହିଛନ୍ତି କି ଉଭୟ ସଦନରେ କୌଣସି ଶବ୍ଦ ଉପରେ ପ୍ରତିବନ୍ଧକ ଲଗାଯାଇ ନାହିଁ । କେବଳ କେଉଁ କେଉଁ ଶବ୍ଦକୁ ରେକଡିଂରୁ ବାଦ ଦିଆଯିବ ତାହା ଉପରେ ଏକ ସଂକଳନ ଜାରୀ କରାଯାଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଲୋକସଭା ସଚିବାଳୟ ପକ୍ଷରୁ ସଂସଦୀୟ ଶବ୍ଦ ୨୦୨୧ ନାମରେ ଶବ୍ଦ ଓ ବାକ୍ୟର ସୂଚୀ ପ୍ରସ୍ତୁତ କରାଯାଇ ଏହାକୁ ସମସ୍ତ ସାଂସଦମାନଙ୍କ ପାଖକୁ ପଠାଇ ଦିଆଯାଇଛି । ଏହାକୁ ନେଇ ବିରୋଧୀଦଳର ସାଂସଦମାନେ ସମାଲୋଚନା କରିଛନ୍ତି । ନୂଆ ନିୟମ ମୁତାବକ ଗଦ୍ଦାର, ଘଡିୟାଲୀ ଆସୁ, ଜୟଚନ୍ଦ, ଶକୁନୀ, ଭ୍ରଷ୍ଟ ଭଳି ଶବ୍ଦ ଉପରେ ରୋକ୍ ଲଗାଯାଇଛି ।
ସେପଟେ ଏଭଳି ସୂଚୀ ପାଇବା ପରେ ଟିଏମସି ସାଂସଦ ଡେରେକ ଓ ବ୍ରାୟନ କହିଛନ୍ତି କି ମୋତେ ନିଲମ୍ବିତ କରାଗଲେ ବି ମୁଁ ସଂସଦ ଗୃହରେ ଏଭଳି ଶବ୍ଦ ବ୍ୟବହାର କରିବି । ଏହା ବ୍ୟତୀତ ଟିଏମସି ସାଂସଦ ମହୁଆ ମୈତ୍ରୀ ସରକାର ଏଭଳି ଆଇନ ଆଣିବା ପରେ ଏବେ ବିରୋଧୀମାନେ ଏହା ବି କହିପାରିବେ ନାହିଁ କି ହିନ୍ଦୁସ୍ତାନକୁ ଏକ ଅକ୍ଷମ ଓ ଧୋକ୍କାବାଜ ସରକାର ଶାସନ କରୁଛି । କେନ୍ଦ୍ର ସରକାରଙ୍କ ଏଭଳି ଭୀରୁ ମାନସିକତା ପାଇଁ ଲଜ୍ଜା ଲାଗୁଛି ବୋଲି ମହୁଆ ଟ୍ୱିଟରେ ଲେଖିଛନ୍ତି ।
Words that have been expunged have been said/used in the Parliament by the Opposition as well as the party in power. Nothing as such selective expunging of words used by only Opposition…no words banned, have removed words that were objected to previously…: LS Speaker Om Birla pic.twitter.com/DdN5CaM5P9
— ANI (@ANI) July 14, 2022
ସେହିଭଳି କଂଗ୍ରେସ ନେତା ଜୟରାମ ରମେଶ ଟ୍ୱିଟ କରି କହିଛନ୍ତି ମୋଦୀ ସରକାରଙ୍କ ପ୍ରକୃତ ସତ୍ୟ ଜଣାଇବା ପାଇଁ ବିରୋଧୀମାନଙ୍କ ଦ୍ୱାରା ବ୍ୟବହୃତ ହେଉଥିବା ସମସ୍ତ ଶବ୍ଦକୁ ଏବେ ଅସଂସଦୀୟ ବୋଲି ମାନିବାକୁ ବାଧ୍ୟ କରାଯାଉଛି ।