ସୁଇଚ୍ ଅଫ୍ କଲେ ବି ମସ୍ତିଷ୍କ ଉପରେ ପ୍ରଭାବ ପକାଏ ସ୍ମାର୍ଟଫୋନ୍ !

31

ଏବେ ନିକଟରେ ଏକ ନୂଆ ଗବେଷଣାରୁ ଜଣାପଡ଼ିଛି ଯେ, ସ୍ମାର୍ଟଫୋନର ଉପସ୍ଥିତି ଯୋଗୁଁ ମସ୍ତିଷ୍କର ସ୍ମରଣ ଶକ୍ତି କମିଯାଏ । ଏହା ପ୍ରତିକୂଳ ପ୍ରଭାବ ପକାଇଥାଏ । ଯାହା ଦ୍ୱାରା ମସ୍ତିଷ୍କର ଡାଟା ପ୍ରୋସେସ୍ କରିବା ଶକ୍ତି କମ୍ ହୋଇଯାଏ । ଯଦି ଶୋଇଲା ବେଳେ ସ୍ମାର୍ଟଫୋନ୍ ଆପଣଙ୍କର ପାଖରେ ରଖୁଛନ୍ତି । ସୁଇଚ୍ ଅଫ୍ କରିଥିଲେ ବି ଏହାର ପ୍ରଭାବ ମସ୍ତିଷ୍କ ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ ।

ୟୁଏସ୍ ୟୁନିଭର୍ସିଟି ଅଫ୍ ଟେକ୍ସସ୍ ର ମେକକାମ୍ବ ସ୍କୁଲ୍ ଅଫ୍ ବିଜନସ୍ ର ଗବେଷଣାରୁ ଏହା ଜଣାପଡ଼ିଛି । ଏହି ଗବେଷଣାରୁ ଏହି ତଥ୍ୟ ସାମ୍ନାକୁ ଆସିଛି ଯେ, ପ୍ରତିଦିନ ମଣିଷ ସ୍ମାର୍ଟଫୋନ୍ ଉପରେ ଯେତେ ଅଧିକ ନିର୍ଭରଶୀଳ ହେବାକୁ ଲାଗିଛି , ଏହାଦ୍ୱାରା ସେତିକି ସମସ୍ୟା ବଢିବାରେ ଲାଗିଛି ଏବଂ ମଣିଷର ସ୍ୱାସ୍ଥ୍ୟ ଉପରେ ଗଭୀର ପ୍ରଭାବ ପଡ଼ୁଛି । ଗବେଷଣାର ରିପୋର୍ଟରେ କୁହାଯାଇଛି –‘ ଦୁଇଟି ଅଲଗା ଅଲଗା ଅନୁଧ୍ୟାନରୁ ଏହି ତଥ୍ୟ ମିଳିଛି ଯେ , କୈାଣସି ବ୍ୟକ୍ତି ବାରମ୍ବାର ନିଜ ଫୋନ୍ ବ୍ୟବହାର ନକଲେ ବି ,ପାଖରେ ଏହାକୁ ରଖିଥିଲେ ଏହାର ଖରାପ ପ୍ରଭାବ ମସ୍ତିଷ୍କ ଉପରେ ପଡ଼େ । ମସ୍ତିଷ୍କର ସ୍ମରଣ ଶକ୍ତି କମିଯାଏ ’ ।
(ସୈାଜନ୍ୟ – ନବଭାରତ ଟାଇମ୍ସ )