ନେତା ବନାମ ଅଫିସର ପାର୍ଟ-୩। ଅଧିକାରୀଙ୍କ ଉପରେ ବର୍ଷିଲେ ବଲାଙ୍ଗିର ସାଂସଦ।

186

କନକ ବ୍ୟୁରୋ: ବଢୁଛି ପ୍ରଶାସନିକ ଅଧିକାରୀ ଓ ନେତାଙ୍କ ମଧ୍ୟରେ ବିବାଦ । ସନ୍ତୋଷ ସିଂ ସାଲୁଜା ଓ କନକ ବର୍ଦ୍ଧନଙ୍କ ପରେ ମୁହାଁମୁହିଁ ହୋଇଛନ୍ତି ବାଲଙ୍ଗୀର ସାଂସଦ ଓ ପ୍ରଶାସନିକ ଅଧିକାରୀ । ଜିଲ୍ଲା ପିଡି ଡିଆରଡିଏ ସୁଶାନ୍ତ କୁମାର ସିଂଙ୍କ ଉପରେ ବର୍ଷିଛନ୍ତି ବଲାଙ୍ଗିର ସାଂସଦ । ଖବର ଅନୁସାରେ, ବଲାଙ୍ଗୀରରେ କେନ୍ଦ୍ରୀୟ ଯୋଜନାର ସମୀକ୍ଷା ପାଇଁ ଦିଶା ବୈଠକ ଡକାଯାଇଥିଲା । ପ୍ରତିଥର ଭଳି ଡିଆରଡିଏ କନଫରେନ୍ସ ହଲରେ ବୈଠକ ହେବାର ଥିଲା । କିନ୍ତୁ ସ୍ଥାନ ପରିବର୍ତନ କରାଯାଇ ପଞ୍ଚାୟତ ସାଧନ କେନ୍ଦ୍ରରେ ବୈଠକ ରଖାଯାଇଥିଲା । ସାଂସଦ ପହଞ୍ଚିବାବେଳେ ଜିଲ୍ଲାପାଳ ଅନୁପସ୍ଥିତ ଥିଲେ । ସମାଧାନ ଲାଗି ବଲାଙ୍ଗୀରରେ ବୈଠକର ସ୍ଥାନ ପରିବର୍ତନ ଏବଂ ଜିଲ୍ଲାପାଳଙ୍କ ଅନୁପସ୍ଥିତିକ େନେଇ ହଠାତ୍ ବିଗିଡି ଯାଇଥିଲେ ସାଂସଦ ।

ବଲାଙ୍ଗୀରରେ ୧୦ ଦିନ ମଧ୍ୟରେ ଏଭଳି ୩ ବିବାଦ ସାମ୍ନାକୁ ଆସିଛି । ୧୨ ତାରିଖରେ ବଲାଙ୍ଗୀର ଜିଲ୍ଲାପାଳ ଓ କଂଟାବାଂଜି ବିଧାୟକ ମୁହାଁମୁହିଁ ହୋଇଥିଲେ । କଣ୍ଟାବାଞ୍ଝି ନିର୍ବାଚନ ମଣ୍ଡଳୀର ବ୍ଲକଗୁଡିକୁ ଆସୁଥିବା ବିଭିନ୍ନ ଯୋଜନାର ଅନୁଦାନ କାହିଁକି କଟାଯାଉଛି ବୋଲି ପଚାରିବା ସହ ଜିଲ୍ଲାପାଳଙ୍କ ଟାର୍ଗେଟ କରି ହଙ୍ଗାମା କରିଥିଲେ ସନ୍ତୋଷ ସିଂ ସାଲୁଜା । ସେହିଭଳି ୨୦ ତାରିଖରେ ମୁହାଁମୁହିଁ ହୋଇଥିଲେ ବେଲବଡ଼ା ବିଡିଓ ଏବଂ ପୂର୍ବତନ ମନ୍ତ୍ରୀ କନକବର୍ଦ୍ଦନ ସିଂ ଦେଓ । ମନୋମୁଖୀ କାମ ଚଳାଇଥିବା ଅଭିଯୋଗ ଆସିବା ପରେ ବିଡିଓ ଭିକ୍ଟର ସୋରେନ , କନକଙ୍କ ପ୍ରଶ୍ନବାଣରେ ଘାଇଲା ହୋଇଥିଲେ।

ରାଜ୍ୟରେ ବିଭିନ୍ନ ସ୍ଥାନରେ ନେତା ଓ ସରକାରୀ କର୍ମଚାରୀ ମୁହାଁମୁହିଁ ହେବା ଘଟଣା ବାରମ୍ବାର ଆସୁଛି । ପ୍ରଶାସନିକ ଅଧିକାରୀ ଜନପ୍ରତିନିଧିଙ୍କ କଥାକୁ ମାନୁନାହାନ୍ତି । ଫଳରେ ବିବାଦ ବଢୁଛି ।