ବିଶ୍ୱକପରେ ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ଖବର । ଭାରତ ବିପକ୍ଷରେ ମ୍ୟାଚ୍ ହାରିବା ପରେ ଆତ୍ମହତ୍ୟା କରିବାକୁ ଚାହୁଁଥିଲେ ପାକିସ୍ତାନ ଟିମର ଏହି ସଦସ୍ୟ ।

3,241

ଚଳିତ ବିଶ୍ୱକପରେ ଭାରତ ବିପକ୍ଷରେ ମ୍ୟାଚ୍ ହାରିବା ପରେ ପାକିସ୍ତାନ ଟିମ୍ କୋଚ୍ ମିକି ଆର୍ଥର ଆତ୍ମହତ୍ୟା କରିବାକୁ ଚାହୁଁଥିଲେ । ଏଭଳି ଏକ ଚାଞ୍ଚଲ୍ୟକର ଖବର ଏବେ ସାମ୍ନାକୁ ଆସିଛି । ଖୋଦ୍ ମିକି ହିଁ ଏହି ଘଟଣାକୁ ସ୍ୱୀକାର କରିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ମିକି ଏଭଳି କହିଛନ୍ତି ।

ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦମଦାର ବିଜୟ ହାସଲ କରିବା ପରେ ପାକ୍ ଟିମକୁ ପ୍ରଂଶସା କରିବା ସହ ଏନେଇ ମୁହଁ ଖୋଲିଛନ୍ତି କୋଚ୍ ମିକି ଆର୍ଥର । ଭାରତ ଠାରୁ ପରାଜୟ ପରେ ପାକିସ୍ତାନ ଟିମକୁ କଡା ସମାଲୋଚନାର ଶିକାର ହେବାକୁ ପଡିଥିଲା । ସୋସିଆଲ ମିଡ଼ିଆ ଠାରୁ ଆରମ୍ଭ କରି ପାକ୍ ଗଣମାଧ୍ୟମ ସବୁଠି ଟିମକୁ ନେଇ ଜୋରଦାର ଆଲୋଚନା ହୋଇଥିଲା । ଆଉ ଏହାଦ୍ୱାରା ଉଭୟ ଖେଳାଳି ଓ ମୋ ଉପରେ ଚାପ ପଡିଥିଲା । ଏହି ମ୍ୟାଚ୍ ହାରିବା ପରେ ମୁଁ ଆତ୍ମହତ୍ୟା କରିବାକୁ ଚାହୁଁଥିଲି ବୋଲି କହିଛନ୍ତି ଆର୍ଥର ।

ଏହାପୂର୍ବରୁ ଗତକାଲି ଦକ୍ଷିଣ ଆଫ୍ରିକାକୁ ୪୯ ରନର ବଡ ବ୍ୟବଧାନରେ ମାତ୍ ଦେବା ପରେ ଦ୍ୱିତୀୟ ବିଜୟ ସହ ପଏଣ୍ଟ ଟେବୁଲର ୭ମ ସ୍ଥାନରେ ପହଞ୍ଚିଛି ପାକିସ୍ତାନ । ଆଉ ଏହାସହ ପାକିସ୍ତାନର ସେମିଫାଇନାଲ ଯିବା ସମ୍ଭାବନା ଜାରି ରହିଛି । ଯଦି ବଳକା ଥିବା ୩ଟି ମ୍ୟାଚ୍ ପାକିସ୍ତାନ ଜିତି ନିଏ ଓ ରନ୍ ରେଟ ଓ ଇଂଲଣ୍ଡର ପ୍ରଦର୍ଶନ ପାକିସ୍ତାନ ସପକ୍ଷରେ ଯାଏ ତେବେ ସେମିଫାଇନାଲ ଖେଳିବା ଆଶା ଉଜ୍ଜ୍ୱୀବିତ ରହିବ ।