ବିଧାନସଭାର ଶେଷ ଅଧିବେଶନ ଦେଖିବ ଆସନ ପରିବର୍ତ୍ତନ ।

ଦୀର୍ଘ ୧ ମାସ ପର୍ଯ୍ୟନ୍ତ ହେବାକୁଥିବା ଏହି ଅଧିବେସନରେ ଦେଖିବାକୁ ମିଳିବ ଅନେକ ରାଜନୈତିକ ଘଟ ପରିବର୍ତ୍ତନ ।

154

କନକ ବ୍ୟୁରୋ: ଆସନ୍ତା କାଲିଠୁ ଆରମ୍ଭ ହେବ ବିଧାନସଭାର ଶୀତକାଳୀନ ଅଧିବେଶନ । ଦୀର୍ଘ ୧ ମାସ ପର୍ଯ୍ୟନ୍ତ ହେବାକୁଥିବା ଏହି ଅଧିବେସନରେ ଦେଖିବାକୁ ମିଳିବ ଅନେକ ରାଜନୈତିକ ଘଟ ପରିବର୍ତ୍ତନ । ସେଥି ମଧ୍ୟରୁ ସମସ୍ତଙ୍କ ନଜର ରହିଛି କଂଗ୍ରେସର କୋରାପୁଟ ବିଧାୟକ କୃଷ୍ଣ ସଗରିଆଙ୍କ ଆସନ ଉପରେ । କାରଣ ନିକଟରେ କଂଗ୍ରେସର ବିଧାୟକ ପଦରୁ ଇସ୍ତଫା ଦେଇଥିଲେ କୃଷ୍ଣ ସଗରିଆ । ତେବେ ଚଳିତ ବିଧାନସଭା ଅଧିବେଶନରେ ତାଙ୍କ ସ୍ଥାନ କିଏ ନେବ ଏବଂ ତାଙ୍କ ଆସନରେ କିଏ ବସିବ ତା’କୁ ନେଇ ଚର୍ଚ୍ଚା ରାଜ୍ୟ ରାଜନୀତିରେ ଉଷ୍ମତା ଦେଖାଦେଇଛି ।

ଅନ୍ୟପଟେ ବିଧାନସଭାରେ ଖାଲି ପଡ଼ିଥିବା ସଗରିଆଙ୍କ ସ୍ଥାନରେ ଜର୍ଜ ତିର୍କୀଙ୍କୁ ବସାଯାଇପାରେ ବୋଲି ଶୁଣିବାକୁ ମିଳିଛି । କାରଣ ଗତ କିଛିଦିନ ତଳେ ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ବିଧାୟକ ଜର୍ଜ ତିର୍କୀ କଂଗ୍ରେସରେ ବିଧିବଦ୍ଧଭାବେ ଯୋଗଦେଇଥିଲେ । ନୂଆଦିଲ୍ଲୀସ୍ଥିତ ଅଖିଳ ଭାରତ କଂଗ୍ରେସ କମିଟି(ଏଆଇସିସି) କାର୍ଯ୍ୟାଳୟରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ,ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ ଏବଂ ରାଜ୍ୟ କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂଙ୍କ ଉପସ୍ଥିତିରେ ତିର୍କୀ କଂଗ୍ରେସରେ ସାମିଲ ହୋଇଥିଲେ ।

ସେହିଭଳି ଆସନ୍ତା ନିର୍ବାଚନରେ ଜର୍ଜ ତିର୍କୀଙ୍କୁ କଂଗ୍ରେସ ଟିକେଟରୁ ନିର୍ବାଚନ ଲଢିବେ। ମାତ୍ର ତାଙ୍କୁ କଂଗ୍ରେସ ପକ୍ଷରୁ ସୁନ୍ଦରଗଡ଼ ଲୋକସଭା ପ୍ରାର୍ଥୀ କରାଯିବା ନେଇ ଚର୍ଚ୍ଚା ଜୋର୍ ଧରିଛି। ସୁନ୍ଦରଗଡ଼ ଆଦିବାସୀ ଏବଂ ଖ୍ରୀଷ୍ଟିଆନ ବହୁଳ ଜିଲ୍ଲା ଅଟେ। ତେଣୁ ଜର୍ଜଙ୍କୁ ପ୍ରାର୍ଥୀ କରି କଂଗ୍ରେସ ଭୋଟ ହାସଲ କରିବାକୁ ଲକ୍ଷ୍ୟରେ ରଖିଛି । ତେବେ ଆସନ୍ତାକାଲି ଠାରୁ ଆରମ୍ଭ ହୋଇ ଡିସେମ୍ବର ପର୍ଯ୍ୟନ୍ତ ହେବାକୁଥିବା ବିଧାନସଭାର ଶୀତକାଳୀନ ଅଧିବେଶନ ଶେଷ ଅଧିବେଶନ ହେବ ।