ଶ୍ରୀଲଙ୍କାର କାର୍ଯ୍ୟନିର୍ବାହୀ ରାଷ୍ଟ୍ରପତି ରାନିଲ ବିକ୍ରମସିଂଘେ । ଗୋଟାବାୟା ଦେଶ ଛାଡିବା ପରେ ରାନିଲଙ୍କୁ ଦାୟିତ୍ୱ

125

କନକ ବ୍ୟୁରୋ : ଶ୍ରୀଲଙ୍କାର କାର୍ଯ୍ୟକାରୀ ସଭାପତି ରାନିଲ ବିକ୍ରମାସିଂଘେ ହେଲେ ଶ୍ରୀଲଙ୍କାର କାର୍ଯ୍ୟନିର୍ବାହୀ ରାଷ୍ଟ୍ରପତି । ଗୋଟାବାୟା ରାଜପକ୍ଷେ ଦେଶ ଛାଡିପଳାଇଛନ୍ତି । ଏହାପରେ ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମାସିଂଘେଙ୍କୁ ବାଚସ୍ପତି କାର୍ଯ୍ୟନିର୍ବାହୀ ରାଷ୍ଟ୍ରପତି ଭାବେ ଘୋଷଣା କରିଛନ୍ତି । ଏହାପରେ କାର୍ଯ୍ୟନିର୍ବାହୀ ରାଷ୍ଟ୍ରପତି ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି । ଏବଂ ଶ୍ରୀଲଙ୍କାର ପଶ୍ଚିମପ୍ରାନ୍ତରେ କର୍ଫ୍ୟୁ ଲାଗୁ କରିଛନ୍ତି । ତେବେ ଶ୍ରୀଲଙ୍କାର ଜନତା ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିଛନ୍ତି । ସେମାନେ ଏବେ ରାନିଲଙ୍କର ଇସ୍ତଫା ଦାବି କରୁଛନ୍ତି ।

ସେପଟେ ପ୍ରଧାନମନ୍ତ୍ରୀଙ୍କ ଅଫିସ ମଧ୍ୟ ହିଂସାକାରୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସୁରକ୍ଷା କର୍ମୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ହିଂସାକାରୀ ଯେଉଁ ଗାଡିରେ ଆସି ଏପରି କରୁଛନ୍ତି ତାକୁ ଜବତ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ସୁରକ୍ଷାକର୍ମୀ ଲୋକଙ୍କୁ ନିୟନ୍ତ୍ରଣ କରିବାକୁ ଯାଇ ଫାଙ୍କା ଗୁଳି ଚାଳନା କରୁଛନ୍ତି । ଦେଶରେ ଅନ୍ତରଣ ସରକାର ଗଠନ ହେବ ବୋଲି ସର୍ବଦଳୀୟ ବୈଠକରେ ନିଷ୍ପତ୍ତି ହୋଇଛି । ଜୁଲାଇ ୨୦ରେ ଏ ନେଇ ନିର୍ବାଚନ ହେବ । ରାନିଲ ବିକ୍ରମାସିଂଘେ କହିଛନ୍ତି, ଅନ୍ତରୀଣ ସରକାର ଗଠନ ହେବା ପରେ ସେ ତାଙ୍କ ପଦରୁ ଇସ୍ତଫା ଦେବେ ।