ବିଶ୍ୱପ୍ରସିଦ୍ଧ କୋଣାର୍କ ମହୋତ୍ସବର ଆଜି ପଂଚମ ଦିନ ।  ଚତୁର୍ଥ ଦିନରେ ଚନ୍ଦ୍ରଭାଗାରେ ବାଲି ଉପରେ ଦେଖିବାକୁ ମିଳିଲା କ୍ରୀଡାକୁ ନେଇ ଭଳି କି ଭଳି ବାଲୁକା କଳା

93

କନକ ବ୍ୟୁରୋ : କୋଣାର୍କ ମହୋତ୍ସବ ସହ ବେଶ୍ ଜମୁଛି ୫ ଦିନିଆ ଅନ୍ତର୍ଜାତୀୟ ବାଲୁକା କଳା ପ୍ରଦର୍ଶନୀ । କୋଣାର୍କ ମନ୍ଦିରର ମୁକ୍ତାକାଶ ରଂଗମଂଚରେ ପ୍ରତିଦିନ ଜମୁଛି ଜାତୀୟ ତଥା ଅନ୍ତର୍ଜାତୀୟ ଶିଳ୍ପୀଙ୍କ ନୃତ୍ୟର ଆସର । ସେପଟେ ଚନ୍ଦ୍ରଭାଗା କୂଳରେ ଭାରତ ସମେତ ୭ଟି ଦେଶର ୧୨୩ ଜଣ ବାଲୁକା ଶିଳ୍ପୀ ସେମାନଙ୍କର କଳା ପ୍ରଦର୍ଶନ କରୁଛନ୍ତି ।

ବାଲୁକାକଳା ପାଇଁ ମୋଟ୍ ୪୪ଟି ଷ୍ଟଲ୍ ପଡିଛି । ଚଳିତ ବର୍ଷ ଚତୁର୍ଥ ଦିନରେ ବାଲୁକା କଳା ଉତ୍ସବରେ ଶୀଳ୍ପୀ ମାନେ ଜାତୀୟ କ୍ରୀଡାକୁ ନେଇ ବାର୍ତା ଦେଇଛନ୍ତି । ଏହା ସହିତ ବେଳାଭୂମିରେ ହକି , କବାଡି, ଡାବଲପୁଆ, ଲୁଡୁ, ଚେସ୍, ଚାଷର କାହାଣୀକୁ ବାଲିରେ ଆଙ୍କି ଛନ୍ତି ଶିଳ୍ପୀ ।