କୁହୁଡ଼ିରେ ଅଦୃଶ୍ୟ ହୋଇଗଲା କୋଣାର୍କ! ଘନ କୁହୁଡି ନେଇ ଆଜି ୨୦ ଜିଲ୍ଲାକୁ ଆଲର୍ଟ । କୁହୁଡ଼ିରେ ହଜିଗଲା କୋଣାର୍କ!

120

କନକ ବ୍ୟୁରୋ: ଘନ କୁହୁଡିରେ ଅଦୃଶ୍ୟ ହୋଇଗଲା ବିଶ୍ୱ ଐତିହ୍ୟ କୋଣାର୍କ । ଆଜି କୋଣାର୍କରେ ପ୍ରଥମ କୁହୁଡି ଦେଖିବାକୁ ମିଳିଥିଲା । କୁହୁଡିରେ ସଂପୂର୍ଣ୍ଣ ଢାଙ୍କି ହୋଇପଡ଼ିଥିଲା କୋଣାର୍କ ସୂର୍ଯ୍ୟ ମନ୍ଦିର । ଆଜି ବଡ଼ ଦିନ ଥିବାରୁ କୋଣାର୍କରେ ଭୋରରୁ ଲୋକଙ୍କ ଭିଡ ହୋଇଥିଲା । ହେଲେ କୁହୁଡି ଯୋଗୁ କିଛି ଦୃଶ୍ୟମାନ ହୋଇନଥିଲା । କୁହୁଡି ଯୋଗୁ ରାସ୍ତାରେ ଯିବା ଆସିବା କରିବାରେ ମଧ୍ୟ ଅସୁବିଧା ହୋଇଥିଲା ।