କେରଳ ବନ୍ୟା ନାଁରେ ଟିମ୍ ଇଣ୍ଡିଆର ବିଜୟ ! ବନ୍ୟା ପୀଡିତଙ୍କୁ ବିଜୟ ଉତ୍ସର୍ଗୀକୃତ କଲେ ଅଧିନାୟକ ବିରାଟ କୋହଲି ।

33

ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜର ତୃତୀୟ ମ୍ୟାଚରେ ଇଂଲଣ୍ଡକୁ ୨୦୩ ରନର ବଡ ବ୍ୟବଧାନରେ ପରାସ୍ତ କରି ଜବରଦସ୍ତ କମବ୍ୟାକ୍ କରିଛି ଭାରତୀୟ ଦଳ । ତେବେ ଦ୍ୱିତୀୟ ଇଂନିସରେ ଜବରଦସ୍ତ ଶତକ ଜମାଇଥିବା ଅଧିନାୟକ ବିରାଟ କୋହଲିଙ୍କୁ ମ୍ୟାନ୍ ଅଫ ଦ ମ୍ୟାଚ ବିବେଚିତ କରାଯାଇଛି । ସବୁଠାରୁ ବଡ କଥା ହେଉଛି ଟିମ୍ ଇଣ୍ଡିଆର ଏହି ବିଜୟକୁ କେରଳର ବନ୍ୟା ପୀଡିତଙ୍କୁ ଉତ୍ସର୍ଗୀକୃତ କରିଛନ୍ତି ଅଧିନାୟକ ବିରାଟ କୋହଲି । ତେବେ ଗତ କିଛିଦିନ ଧରି କେରଳରେ ତାଣ୍ଡବ ରଚୁଥିଲା ବର୍ଷା । କେରଳରେ ଅଧିକାଂଶ ଅଞ୍ଚଳ ଜଳମଗ୍ନ ହୋଇଯାଇଥିବା ବେଳେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି କେରଳବାସୀ । ବର୍ଷା ଛାଡିଯାଇଛି ସତ କିନ୍ତୁ ବଢୁଛି ଲୋକମାନଙ୍କ ଦୁର୍ଦ୍ଦଶା ।

ତେବେ ଟିମ୍ ଇଣ୍ଡିଆର ଏହି ବିଜୟକୁ କେରଳବାସୀଙ୍କ ପାଇଁ ଉତ୍ସର୍ଗୀକୃତ କରିଛନ୍ତି ଅଧିନାୟକ ବିରାଟ କୋହଲି । ପ୍ରଥମ ଦୁଇଟି ଟେଷ୍ଟରେ ପରାଜୟ ପରେ ତୃତୀୟ ଟେଷ୍ଟରେ ଭାରତ ଦମଦାର ପ୍ରଦର୍ଶନ କରିଛି । ତୃତୀୟ ଟେଷ୍ଟରେ ଇଂଲଣ୍ଡ ପ୍ରଥମେ ଟସ୍ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ପ୍ରଥମେ ଇନିଂସରେ ଭାରତ ଦମଦାର ବ୍ୟାଟିଂ କରି ୩୨୯ ରନ କରିଥିଲା । ତେବେ ଭାରତୀୟ ଶାଣିତ ବୋଲିଂ ଆଗରେ ମୁଣ୍ଡ ନୁଆଁଇଥିଲା ଘରୋଇ ଦଳ । ମାତ୍ର ୧୬୧ ରନରେ ଭାରତୀୟ ବୋଲରଙ୍କ ଆଗରେ ପ୍ରଥମ ଇନିଂସରେ ପୁରା ଆତ୍ମସମର୍ପଣ କରିଥିଲା ଦଳ ।

୧୬୮ରନ ଆଗୁଆ ଦ୍ୱିତୀୟ ପାଳି ଆରମ୍ଭ କରିଥିଲା ଭାରତ । ଅଧିନାୟକ ବିରାଟ କୋହଲିଙ୍କ ଦମଦାର ଶତକ ଓ ଚେତେଶ୍ୱର ପୂଜାରା ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅର୍ଦ୍ଧଶତକ ବଳରେ ଦ୍ୱିତୀୟ ଇଂନିସରେ ୭ ୱିକେଟ ହରାଇ ୩୫୨ ରନ ସହ ପାଳି ଘୋଷଣା କରିଥିଲା ଭାରତ । ଆଉ ଏହା ସହ ଇଂଲଣ୍ଡକୁ ବିଜୟ ପାଇଁ ମିଳିଥିଲା ୫୨୧ରନର ବିଶାଳ ଟାର୍ଗେଟ ।

ପ୍ରଥମ ଇନିଂସ ଭଳି ଦ୍ୱିତାୟ ଇଂନିସରେ ମଧ୍ୟ ଦମ୍ ଦେଖାଇଥିଲେ ଭାରତୀୟ ବୋଲର । ଇଂଲଣ୍ଡକୁ ମାତ୍ର ୩୧୭ ରନରେ ଅଲଆଉଟ କରିବା ସହ ୨୦୩ ରନର ବିଶାଳ ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ । ପ୍ରଥମ ଇଂନିସରେ ପାଣ୍ଡ୍ୟା ୫ଟି ଓି୍ୱକେଟ ହାସଲ କରିଥିବା ବେଳେ ଦ୍ୱିତୀୟ ଇଂନିସରେ ଯସପ୍ରିତ ବୁମରା ୫ ୱିକେଟ ସଫଳତା ହାସଲ କରିଛନ୍ତି । ତେବେ ପ୍ରଥମ ଦୁଇଟି ମ୍ୟାଚରେ ପରାଜୟ ପରେ ଏହି ବିଜୟ ସହ ଭାରତ ସିରିଜରେ ୧-୨ରେ ପଛୁଆ ରହିଛି ।