ଏଲଆଇସିର ନୂଆ ପଲିସି ଜୀବନ ଶାନ୍ତି : ଗୋଟିଏ ଥର ଜମା, ଜୀବନ ସାରା ପେନସନ !

ଭାରତୀୟ ଜୀବନ ବୀମା ନିଗମ (ଏଲଆଇସି) ଜୀବନ ଶାନ୍ତି ଯୋଜନା ଆରମ୍ଭ ହେବାକୁ ଯାଉଛି

2,553

କନକ ବ୍ୟୁରୋ : ଭାରତୀୟ ଜୀବନ ବୀମା ନିଗମ (ଏଲଆଇସି) ଜୀବନ ଶାନ୍ତି ଯୋଜନା ଆରମ୍ଭ ହେବାକୁ ଯାଉଛି । ତେବେ ଏହି ପଲିସି ଖାସ କଥା ହେଉଛି କି ଏହି ଯୋଜନାରେ ମିଳିବାକୁ ଥିବା ପେନସନ । ଯଦି କୌଣସି ବ୍ୟକ୍ତି ତାଙ୍କୁ ୫୦ ବର୍ଷ ହୋଇଥିବା ବେଳେ ୧୦ ଲକ୍ଷ ୧୮ ହଜାର ଟଙ୍କା ଦେଇଛନ୍ତି । ତେବେ ତାଙ୍କୁ ତୁରନ୍ତ ୬୫ ହଜାର ୬ଶହ ଟଙ୍କାର ପେନସନ ପାଇବେ ବୋଲି ସୂଚନା ମିଳିଛି । ଏଲଆଇସିର ଅଧ୍ୟକ୍ଷ ବି,କେ ଶର୍ମା କହିଛନ୍ତି ଯେ, ଏହା ଏକ ନାମରେ ଆରମ୍ଭ ହୋଇଛି । ଏହି ଯୋଜନାରେ ଯଦି ଗ୍ରାହକ ବାର୍ଷିକ ଟଙ୍କା ନେବା ପାଇଁ ଚାହୁଁଛନ୍ତି ତେବେ ତାଙ୍କୁ ମଧ୍ୟ ଏହି ଅଫର ମିଳିପାରିବ ବୋଲି ସୂଚନା ମିଳିଛି । ମିଳିଥିବା ସୂଚନା ଅନୁସାରେ ଏଲଆଇସିର ଏହା ଏକ ଏକାକୀ ଯୋଜନା ଯେଉଁଥିରେ ଗ୍ରାହକ ଏକା ଥରକେ ଅର୍ଥ ଜମା କରିବା ପରେ ତାଙ୍କୁ ପେନସନ ମିଳିପାରିବ ।

 

କେବଳ ଏତିକି ନୁହେଁ ଏହାର ମଧ୍ୟ ବିକଳ୍ପ ରହିଥିବା ଜଣାପଡିଛି । ଆପଣ ଯଦି ଚାହିଁବେ ଏକା ସାଙ୍ଗରେ ଟଙ୍କା ଉଠାଇପାରିବା ସହ ଯଦି ଗ୍ରାହକ ଚାହିଁବେ ତେବେ ପରେ ମଧ୍ୟ ଏହି ପେନସନ ଯୋଜନା ଆରମ୍ଭ କରିପାରିବେ । ଆପଣଙ୍କୁ ଯଦି ୪୦ ବର୍ଷ ଏବଂ ଆପଣ ୧୦ ଲକ୍ଷ ଟଙ୍କା ନିବେଶ କରୁଛନ୍ତି । ୫,୧୦,୧୫ କିିମ୍ବା ୨୦ ବର୍ଷ ପରେ ପେନସନ ଆରମ୍ଭ ହୋଇପାରିବ ବୋଲି ଜଣାପଡିଛି । ଏହି ଯୋଜନାରେ ନିଶ୍ଚିତ ରୂପେ ପେନସନ ପାଇବେ ବୋଲି ମାନେ ନାହିଁ । ତେବେ ଆପଣଙ୍କ ବୟସ ଯେତେ ଅଧିକ ହେବ ସେହି ଅନୁସାରେ ପେନସନର ପରିମାଣ ମଧ୍ୟ ବଢିବ ବୋଲି ସୂଚନା ମିଳିଛି ।

 

ଯଦି ଆପଣ ୧୦ ଲକ୍ଷ ନିବେଶ କରିବା ପରେ ୫ ବର୍ଷ ପରେ ପେନସନ ଆରମ୍ଭ କରୁଛନ୍ତି ତେବେ ୯.୧୮ ରିଟର୍ଣ୍ଣ ହିସାବରେ ୯୧୮୦୦ ଟଙ୍କା ମିଳିବ ବୋଲି ସୂଚନା ମିଳିଛି । ଯଦି ୨୦ ବର୍ଷ ପରେ ପେନସନ ଆରମ୍ଭ କରୁଛନ୍ତି ତେବେ ଆପଣଙ୍କୁ ୧୯୨୩୦୦ ଟଙ୍କା ମିଳିବ । ମିଳିଥିବା ସୂଚନା ଅନୁସାରେ ଏହି ଯୋଜନାରେ ଅନେକ ଲୋକ ଟଙ୍କା ନିବେଶ କରିବା ସବ ଏହି ଯୋଜନାରେ ମିଳିବାକୁ ଥିବା ଫାଇଦା ଉଠାଇବା ପାଇଁ ଏଲଆଇସି ପକ୍ଷରୁ କୁହାଯାଇଛି ।