ମର୍ଡରର ମାଷ୍ଟର୍ : ସତ୍ୟ ହତ୍ୟା ମିଛ କାହାଣୀ

34

vlcsnap-2016-08-26-20h54m43s585କନକ ବ୍ୟୁରୋ : ରାଜଧାନୀର ମର୍ଡରର ମାଷ୍ଟର୍। କୋଚିଂ କ୍ଲାସର କ୍ରୋଧୀ ଟିଚର୍ । ଯିଏ ଟ୍ୟୁସନ୍ ପଢାଉ ପଢାଉ ବନିଯାଇଛନ୍ତି ହତ୍ୟାକାରୀ। ଚନ୍ଦ୍ରଶେଖରପୁର ଥାନାରେ ବସି ନାଲି ଆଖି ଦେଖାଉଥିବା ଏ ହେଉଛନ୍ତି ରଶ୍ମୀରଂଜନ ସାହୁ। ଯିଏ ଗତକାଲି ଅପରାହ୍ନରେ ଜଣେ ଛାତ୍ରଙ୍କ ମାଆକୁ ତଂଟି ଚିପି ମାରିଦେଇଛନ୍ତି।

vlcsnap-2016-08-26-20h55m42s167ରଶ୍ମୀରଂଜନ କାହିଁକି ମାରିଲେ ଶୀଲାଙ୍କୁ। ଦୀର୍ଘ ୩ ବର୍ଷ ଧରି ଚନ୍ଦ୍ରଶେଖରପୁର ସ୍ଥିତ ଏହି କୋଚିଂ ସେଂଟରର ମାଷ୍ଟର ରଶ୍ମୀରଂଜନ ଘରୋଇ ଟ୍ୟୁଟର ହୋଇ ଯାଉଥିଲେ ଶୀଲାଙ୍କ ଘରକୁ। ୧୦ମ ଶ୍ରେଣୀରେ ପାଠ ପଢୁଥିବା ଶୀଲାଙ୍କ ପୁଅକୁ ସେ ଦେଉଥିଲେ କୋଚିଂ। ଏସବୁ ଭିତରେ ମାଷ୍ଟର ଓ ଛାତ୍ରଙ୍କ ପରିବାର ଭିତରେ ସୃଷ୍ଟି ହୋଇଥିଲା ଏକ ଭାବଗତ ସଂପର୍କ।

ସୂଚନା ଅନୁସାରେ , ଗଲା ୧୦ ଦିନ ହେଲା ରଶ୍ମୀ ଟ୍ୟୁସନ୍ ପଢାଇବାକୁ ଶୀଲାଙ୍କ ଘରକୁ ଆସିନଥିଲେ । ନ ଆସିବାର କାରଣ ଜାଣିବାକୁ ଶୀଲା ଗତକାଲି ଆସିଥିଲେ ଏହି କୋଚିଂ ସେଂଟରକୁ। ହେଲେ କଣ ହେଲା କେଜାଣି, ହଠାତ୍ ମାଷ୍ଟର ମାରିଦେଲେ ଛାତ୍ରଙ୍କ ମାଆକୁ।

vlcsnap-2016-08-26-20h56m38s664ତେବେ ଶୀଲା ଓ ରଶ୍ମୀରଂଜନଙ୍କ ଭିତରେ କେଉଁ ସଂପର୍କ ଶତ୍ରୁତାର ରୂପ ନେଲା। ଏକ କର୍ପୋରେଟ ଅଧିକାରୀଙ୍କ ପଇସାବାଲା ପତ୍ନୀ ଥିଲେ ଶୀଲା। ଆଉ ୩ ବର୍ଷ ଦରି ଟ୍ୟୁସନ୍ ପଢାଇବା ଭିତରେ ପରିବାର ସହ ସୃଷ୍ଟି ହୋଇଥିଲା ବ୍ୟକ୍ତିଗତ ସଂପର୍କ। ତେଣୁ ଏହି ହତ୍ୟାକାଣ୍ଡକୁ ସହଜରେ ଗ୍ରହଣ କରିପାରୁନାହିଁ କମିଶନରେଟ ପୋଲିସ।