କେନ୍ଦୁଝର : ହରିଚନ୍ଦନପୁରରେ ଦୁର୍ବୃତଙ୍କ ଆକ୍ରମଣରେ ମାର ମୃତ୍ୟୁ ଓ ୨ ପୁଅ ଗୁରୁତର ଆହତ

60

କନକ ବ୍ୟୁରୋ : କେନ୍ଦୁଝର ହରିଚନ୍ଦନପୁରରେ ଅଭାବନୀୟ ଘଟଣା । ଘରେ ପଶି ଦୁର୍ବୃତଙ୍କ ଆକ୍ରମଣ ଫଳରେ ମାର ମୃତ୍ୟୁ ହୋଇଥିବା ବେଳେ ୨ ପୁଅ ଗୁରୁତର ଆହତ ହୋଇଛନ୍ତି । ମା ଲକ୍ଷ୍ମୀ ମାଝୀଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ପୁଅ ମୁନା ଓ ପୋଟଳ ଗୁରୁତର ଅଛନ୍ତି । ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ହୋଇଥିବା ଜଣାପଡିଛି । ଘଟଣା ସ୍ଥଳରେ ପୁଲିସ ପହଚିଂ ତଦନ୍ତ ଆରମ୍ଭ କରିଛି ।