କାନପୁର କୁବେରକୁ ନେଇ ୟୁପିରେ ତେଜିଲା ରାଜନୀତି: ପ୍ରଧାନମନ୍ତ୍ରୀଙ୍କ କାଉଂଟର ପରେ ଜବାବ ରଖିଲା ସମାଜବାଦୀ ପାର୍ଟି

166

କନକ ବ୍ୟୁରୋ: କାନପୁର ବ୍ୟବସାୟୀ ପିୟୁଷ ଜୈନଙ୍କୁ ନେଇ ଆରମ୍ଭ ହୋଇ ଯାଇଛି ରାଜନୀତି । ପିୟୁଷ ଜୈନ୍ଙ୍କ ଘରୁ ୨ଶହ କୋଟିରୁ ଅଧିକ ଟଙ୍କା ଜବତ ହେବା ପରେ ଏହାକୁ ନେଇ ଉତରପ୍ରଦେଶରେ ରାଜନୀତି ଜୋର ଧରିଛି । ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମାଜବାଦୀ ପାର୍ଟିକୁ ଟାର୍ଗେଟ କରିଛନ୍ତି । ନାଁ ନନେଇ ସପା ମୁଖ୍ୟ ଅଖିଳେଶ ଯାଦବଙ୍କୁ କଟାକ୍ଷ କରିଛନ୍ତି ମୋଦୀ । ସେପଟେ ଧନ କୁବେର ପିୟୁଷ ଜୈନ ସହ ସମାଜବାଦୀ ପାର୍ଟିର କୌଣସି ସମ୍ପର୍କ ନଥିବା ସଫେଇ ଦେଇଛନ୍ତି ଅଖିଳେଷ ଯାଦବ । ସେ କହିଛନ୍ତି ଭୁଲରେ ନିଜ ଲୋକଙ୍କ ଘରେ ରେଡ୍ କରିଦେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।

କାନପୁରର ଧନକୁବେର ପିୟୁଷ ଜୈନଙ୍କ ଘରୁ ୨ଶହ କୋଟିରୁ ଅଧିକ ନଗଦ ଟଙ୍କା ଜବତ ହେବା ପରେ ଜୋର ଧରିଛି ରାଜନୀତି । ଘଟଣାରେ ବିଜେପି ଓ ସମାଜବାଦୀ ପାର୍ଟି ହୋଇଛନ୍ତି ମୁହାଁମୁହିଁ । ମଙ୍ଗଳବାର କାନପୁରରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀ ମୋଦୀ ସାମାଜବାଦୀ ପାର୍ଟି ନେତା ଅଖିଳେଷ ଯାଦବଙ୍କୁ ଟାର୍ଗେଟ କରିଛନ୍ତି । ନାଁ ନନେଇ ମୋଦୀ କହିଛନ୍ତି, ବାକ୍ସ ଭର୍ତି ହୋଇ ରହିଥିବା ବିଡ଼ା ବିଡ଼ା ଟଙ୍କା ସର୍ବ ସମ୍ମୁଖକୁ ଆସିଗଲା । ମୁଁ ଭାବିଥିଲି ସେମାନେ କହିବେ ଏହା ଆମ ଦ୍ୱାରା ହୋଇଛି । କିନ୍ତୁ ଏବେ ସେମାନେ ପାର୍ଟି ବନ୍ଦ କରି ବସିଛନ୍ତି ।

କାନପୁରର କୁବେର ବ୍ୟବସାୟୀ ପିୟୁଷ ଜୈନ ଗିରଫ ହେବା ପରଠାରୁ ୟୁପିରେ ରାଜନୈତିକଝଡ ସୃଷ୍ଟି ହୋଇଛି । ବିଭିନ୍ନ ରାଜନତିକ ଦଳ ପିୟୁଷକୁ ନେଇ ଟଣା ଓଟରା ହେଇଛନ୍ତି । ତେବେ ନିକଟରେ ସମାଜବାଦୀ ପାର୍ଟି ଲଂଚ କରିଥିବା ଅତର ପୟୁଷ ଜୈନଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିଲା । ଆଉ ଏହି ଅତର ଧରି ସପା ନେତା ଅଖିଳେଷ ଯାଦବ କହିଥିଲେ, ଏହା ସାହାଯ୍ୟରେ ସମଗ୍ର ଉତରପ୍ରଦେଶରେ ସମାଜବାଦୀ ପାର୍ଟିର ମହକ ବାସିବ । ଆଉ ପିୟୁଷ ଜୈନ ଗିରଫ ହେବା ପରେ ତାର ସମ୍ପର୍କ ଦଳ ସହ ଥିବା ବିଜେପି ଦୋଷାରୋପ କରିଛି । ସେପଟେ ପିୟୁଷ ଜୈନ ସହ ସମାଜବାଦୀ ପାର୍ଟିର କୌଣସି ସମ୍ପର୍କ ନଥିବା ସ୍ପଷ୍ଟ କରିଛନ୍ତି ଅଖିଳେଷ ଯାଦବ । ସେ କହିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଭୁଲରେ ନିଜ ପାର୍ଟି ଲୋକ ଘରେ ରେଡ୍ କରିଦେଇଛନ୍ତି ।

ଉତରପ୍ରଦେଶ ରେ ପ୍ରଥମ ଥର ପାଇ ଜଣେ ବ୍ୟବସାୟୀ ଠାରୁ ଏତେ ପରିମାଣରେ କଳା ଟଙ୍କା ଓ ସୁନା ଗହଣା ଜବତ ହୋଇଛି । ଅତି ସାଧାରଣ ଚାଲି ଚଳଣି ଥିବା ଏହି ବ୍ୟବସାୟୀର ସମ୍ପତି ଦେଶ ବାସିଙ୍କୁ ଆଚମ୍ବିତ କରିଛି । ଅନ୍ୟପଟେ ଘଟଣାକୁ ନେଇ ରାଜନୈତିକ ବୟାନ ବାଜି ଥମିବାର ନା ନେଉନାହିଁô । କଂଗ୍ରେସ ନେତା ମେମ ଅଫଜଲ ବିଜେପିକୁ ସିଧାସଳଖ ଟାର୍ଗେଟ କରିଛନ୍ତି । ମମାଲା ପଛରେ ବିଜେପିର ହାତଥିବା ସେ ଅଭିଯୋଗ କରିଛନ୍ତି । ସେହପରି ବ୍ୟବସାୟୀ ପିୟୁଷ ଜୈନର କଲ ରେର୍କଡକୁ ସର୍ବସାଧାରାଣ କରାଗଲେ ମାମଲା ପଛରୁ ପରଦା ଆପେ ଆପେ ହଟିଯିବ ବେଲି ଆରଜେଡି ନେତା କହିଛନ୍ତି ।

ଅତରରୁ ଆରମ୍ଭ କରି ପାନ ମସଲା ଅଳି ଅନେକ ବେପାର କରୁଥିବା ବୈବସାୟୀ ପିୟୁଷ ଜୈନ ଘର ଓ ଫ୍ୟାକ୍ଟ୍ରିରେ ଗତ ୬ଦିନଧରି ଖାନ ତଲାସି ଜାରି ରହିଥିଲା । ଏହି ରେଡ୍ ଉତରପ୍ରଦେଶର ବର୍ତମାନ ସୁଦ୍ଧା ସବୁଠାରୁ ବଡ ଚଢାଉ । ଆଉ ଆଗକୁ ୟୁପି ନିର୍ବାଚନ ଥିବାରୁ ଏହାକୁ ନେଇ ରାଜନୀତି ବି ସେଭଳି ବଡ ହେବା ସ୍ୱାଭାବିକ୍ ।