ନୂଆବର୍ଷରେ ଭିଜିପାରେ ରାଜ୍ୟର ୮ ଜିଲ୍ଲା । ବର୍ଷା ନେଇ ସତର୍କ କଲା ପାଣିପାଗ ବିଭାଗ ।

1,768

କନକ ବ୍ୟୁରୋ : ରାଜ୍ୟର ୮ ଜିଲ୍ଲାକୁ ଅଛି ବର୍ଷା ସତର୍କତା । ଗୁରୁବାର ପୂର୍ବାହ୍ନ ସୁଦ୍ଧା ରାଜ୍ୟର ୮ଟି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ସତର୍କ କରାଇଛି ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର । ଏହା ସହିତ ଆଗାମୀ ଦୁଇ ଦିନ ଅଧା ଓଡିଶା ଘନ କୁହୁଡି ବଳୟରେ ରହିପାରେ । ବରଗଡ, ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ, ଦେବଗଡ, ଅନୁଗୁଳ, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାକୁ ଆଜି ପାଇଁ ପ୍ରବଳ ବର୍ଷା ଚେତାବନୀ ରହିଛି । ଏହି ସମୟରେ ଏହି ୮ ଜିଲ୍ଲାରେ ପ୍ରବଳ ବର୍ଷା ସହିତ କୁଆପଥର ମାଡ ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ସେହିପରି ଆସନ୍ତାକାଲି ସକାଳେ ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ସମ୍ୱଲପୁର, ଦେବଗଡ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର ଭଦ୍ରକ ଏବଂ କଟକ ଜିଲ୍ଲାର ଅଧିକାଂଶ ସ୍ଥାନରେ ଘନ କୁହୁଡି ଦେଖାଯିବା ନେଇ ଆଞ୍ଚଳିକ ପାଣିପାଗ ମୁଖ୍ୟ ସୂଚନା ଦେଇଛନ୍ତି ।