କନ୍ଧମାଳ ଯୁବ ବିଜେଡି ଉପସଭାପତିଙ୍କ ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାସ୍ । ବିବାହିତ ମହିଳାଙ୍କ ସହ ଅନୈତିକ ସମ୍ପର୍କ କାରଣରୁ ହେଇଥିଲା ହତ୍ୟା ।

1,686

କନକ ବ୍ୟୁରୋ: କନ୍ଧମାଳ ଯୁବ ବିଜେଡି ଉପସଭାପତି ତଥା ଦଡକୀ ଗ୍ରାମପଞ୍ଚାୟତ ସରପଞ୍ଚଙ୍କ ପୁଅ ସଞ୍ଜିତ ମଲ୍ଲିକଙ୍କ ହତ୍ୟାର ପର୍ଦ୍ଦାଫାସ । ବିବାହିତ ମହିଳାଙ୍କ ସହ ଅନୈତିକ ସମ୍ପର୍କ କାରଣରୁ ତାଙ୍କୁ ହତ୍ୟା କରାଯାଇଥିବା ସୂଚନା ଦେଇଛି ଫୁଲବାଣୀ ସଦର ଥାନା ପୁଲିସ । ସଞ୍ଜିତଙ୍କୁ ହତ୍ୟା କରିଥିବା ମହିଳାଙ୍କୁ ମଧ୍ୟ ଗିରଫ କରିଛି ପୁଲିସ । ତଦନ୍ତ ବେଳେ ଜଣାପଡ଼ିଛି ଯେ ମହିଳାଙ୍କ ଅନିଚ୍ଛା ସତ୍ୱେ ସଞ୍ଜିତ ତାଙ୍କ ସହ ସମ୍ପର୍କ ରଖୁଥିଲେ ଏବଂ ତାଙ୍କଠାରୁ ଟଙ୍କା ନେଇ ଫେରାଉନଥିଲେ । ଏପରିକି ମହିଳାଙ୍କୁ ବାରମ୍ବାର ବଦନାମ କରିବେ ବୋଲି ଧମକ ମଧ୍ୟ ଦେଉଥିଲେ । ଏହାକୁ ନେଇ ସଞ୍ଜିତଙ୍କୁ ହତ୍ୟା କରିବା ପାଇଁ ମନସ୍ଥ କରିଥିଲେ ମହିଳା । ନଭେମ୍ବର ୩୦ ତାରିଖରେ ମହିଳାଙ୍କୁ ନିଜ ବାସଭବନକୁ ଡାକିଥିଲେ ସଞ୍ଜିତ । ଆଉ ରାତିରେ ଶୋଇଥିବା ବେଳେ ସଞ୍ଜିତଙ୍କୁ ହତ୍ୟା କରିଥିଲେ ସଂପୃକ୍ତ ମହିଳା । ମହିଳା ଜଣକ ମଧ୍ୟ ବିଜେଡି ନେତାଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଛନ୍ତି ।