ସଂସଦ ସୁରକ୍ଷାରେ ତ୍ରୁଟି ପରେ ବଦଳିଲା ନିୟମ । ଗ୍ୟାଲେରୀରେ ଲାଗିବ କାଚ । ଭିଜିଟର୍ସମାନଙ୍କୁ ନ ଆସିବାକୁ ବାରଣ ।

151

କନକ ବ୍ୟୁରୋ: ବୁଧବାର ନୂଆ ସଂସଦ ଗୃହରେ ସୁରକ୍ଷାରେ ତ୍ରୁଟି ଦେଖା ଦେବା ପରେ ସୁରକ୍ଷାରେ ବଦଳିଲା ନିୟମ । ଏବେ ସଂସଦ ଭବନକୁ ଭିଜିଟର୍ସମାନଙ୍କ ନଆସିବାକୁ ବାରଣ କରାଯାଇଛି । ଏହା ବ୍ୟତୀତ, ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ପ୍ରୋଟୋକଲଗୁଡିକ ମଧ୍ୟ ସମ୍ପୂର୍ଣ୍ଣ ରୂପେ ପରିବର୍ତନ କରାଯାଇଛି । ଆଜିଠାରୁ ସାଂସଦ, କର୍ମଚାରୀ ଏବଂ ଗଣମାଧ୍ୟମ ସହ ଜଡିତ ଲୋକମାନେ ବିଭିନ୍ନ ସୁରକ୍ଷା ଫାଟକ ଦେଇ ସଂସଦ ଭବନରେ ପ୍ରବେଶ କରିବେ । ଏହାବ୍ୟତୀତ, ଯେତେବେଳେ ଭିଜିଟର୍ସମାନେ ପୁନର୍ବାର ଆସିବା ଆରମ୍ଭ କରିବେ, ସେମାନେ ପୁରୁଣା ଫାଟକ ଦେଇ ପ୍ରବେଶ କରିପାରିବେ ନାହିଁ । ପରିଦର୍ଶକମାନେ ଏବେ ଚତୁର୍ଥ ଫାଟକରୁ ସଂସଦ ଭବନରେ ପ୍ରବେଶ କରିବେ । ପରବର୍ତୀ ବିଜ୍ଞପ୍ତି ପର୍ଯ୍ୟନ୍ତ ଭିଜିଟର୍ସ ପାସ୍ ପ୍ରଦାନ ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରାଯାଇଛି । ସେହିପରି ଯେଉଁ ଭିଜିଟର୍ସମାନେ ଆସିବେ ଆଉ ଗ୍ୟାଲେରୀରେ ବସିବେ । ତାହା ସମ୍ପୂର୍ଣ୍ଣ କାଚରେ ଆଚ୍ଛାଦିତ ହେବ । ସେହିପରି ସମାନ ପ୍ରକାରର ବଡି ସ୍କାନର୍ ଯାହା ବିମାନବନ୍ଦରରେ ରହିଛି ତାହା ସଂସଦ ଗୃହରେ ମଧ୍ୟ ସ୍ଥାପନ କରାଯିବ ।