ନବରଙ୍ଗପୁର କୋଷାଗୁମୁଡା ବ୍ଲକରେ କାଳିଆ ଯୋଜନା ଟଙ୍କା ହଡପ। କନକ ନ୍ୟୁଜରେ ଖବର ପ୍ରସାରଣ ପରେ ଆକ୍ସନ଼ ମୋଡରେ ଜିଲ୍ଲାପାଳ।

66

କନକ ବ୍ୟୁରୋ: ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକରେ କାଳିଆ ଯୋଜନା ଟଙ୍କା ହଡପ ଘଟଣା । କନକ ନ୍ୟୁଜରେ ଖବର ପ୍ରସାରଣ ପରେ ଆକ୍ସନ ମୋଡ଼ରେ ନବରଙ୍ଗପୁର ଜିଲ୍ଲାପାଳ । ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ୫ ଜଣିଆ ଟିମ ଘଟଣାର ତଦନ୍ତ କରୁଛି । ଟିମ୍ରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ଲିଡ୍ ବ୍ୟାଙ୍କ ମ୍ୟାନେଜର, କୋଷଗୁମୁଡ଼ା ବିଡ଼ିଓ ଓ ୨ଜଣ ବରିଷ୍ଠ ଅଧିକାରୀ ଅଛନ୍ତି । ଏହି ଟିମ୍ କୋଷାଗୁମୁଡ଼ା ବ୍ଲକ ଏକରୀ ପଞ୍ଚାୟତର ନୂନପାଣି ଓ ଅଲେଖଗୁଡା ଗାଁକୁ ଯାଇ ତଦନ୍ତ କରିଛନ୍ତି । ଠକାମୀର ଶିକାର ହୋଇଥିବା ହିତାଧିକାରୀଙ୍କ ସହ ସାକ୍ଷାତ କରି କାଗଜପତ୍ର ଯାଞ୍ଚ କରିଛନ୍ତି । ଗାଁର ସମସ୍ତ ହିତାଧିକାରୀଙ୍କ ସହ ଆଲୋଚନା କରିବା ସହ ଦେଇଥିବା ତଥ୍ୟକୁ ଆଧାର କରି ତଦନ୍ତ କରାଯିବ ବୋଲି ତଦନ୍ତକାରୀ ଟିମ କହଛି । ହିତାଧିକାରୀଙ୍କ ଟଙ୍କା କେମିତି ହଡପ ହୋଇଛି, ପ୍ରକୃତ ଦୋଷୀ କିଏ ଏହା କିଛି ଦିନ ମଧ୍ୟରେ ଜଣାପଡିବ ବୋଲି ଟିମ ପକ୍ଷରୁ କୁହାଯାଇଛି । ବ୍ୟାଙ୍କରେ ଯାଞ୍ଚ କରିବା ସହ ଏଟିଏମରେ ମଧ୍ୟ ଯାଞ୍ଚ କରାଯିବ । ଏହା ସହ ହିତାଧିକାରୀମାନଙ୍କୁ କିଭଳି ଟଙ୍କା ଦିଆଯିବ ତାର ବ୍ୟବସ୍ଥା କରିବେ କହିଛନ୍ତି ଟିମ ସଦସ୍ୟ । ତଦନ୍ତ ପରେ ଦୋଷୀ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଟିମ ସଦସ୍ୟ ।