ସମ୍ବଲପୁର କୁଚିଣ୍ଡାରେ କାଳବୈଶାଖୀ ତାଣ୍ଡବ: ଅପରାହ୍ମରେ ହଠାତ୍ ବଦଳିଗଲା ପାଗ

365

କନକ ବ୍ୟୁରୋ: କୁଚିଣ୍ଡାରେ କାଳବୈଶାଖୀ ପ୍ରଭାବ । ଆଜି ଅପରାହ୍ନ ତିନିଟା ବେଳେ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ତଥା ଆଖପାଖ ଅଂଚଳରେ କାଳ ବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି । କାଳବୈଶାଖୀର ପ୍ରଭାବରେ ସାମାନ୍ୟ ବର୍ଷା ସାଙ୍ଗକୁ ଝଡବତାସ ହୋଇଛି । ଝଡ ବତାସରେ କିଛି ଲୋକଙ୍କ ଘରର ଛପର ଉଡିଯାଇଛି । ଅନେକ ସ୍ଥାନରେ ବିଦ୍ୟୁତ ତାର ଛିଣ୍ଡିଯାଇଥିବା ବେଳେ ଗଛପଡି ରାସ୍ତା ଅବରୋଧ ହୋଇଛି । ଅନ୍ୟପଟେ ସାପ୍ତାହିକ ବଜାର ରାସ୍ତାକଡରେ ଲାଗିଥିବା ଟ୍ରାନ୍ସଫରମର ଭାଙ୍ଗି ରାସ୍ତା ଉପରେ ପଡିଥିବାରୁ ବିଦ୍ୟୁତ ସରବରାହ ବନ୍ଦ ରହିଛି । ଲୋକେ ଯୁଦ୍ଧ କାଳିନ ଭିତିରେ ଗଛ କାଟି ରାସ୍ତା ସଫା କରୁଛନ୍ତି । ବିଦ୍ୟୁତ ବିଭାଗ ବି ଯୁଦ୍ଦକାଳୀନ ଭିତିରେ ମରାମତି କାମରେ ଲାଗିପଡିଛନ୍ତି ।