ଜନସନ୍ ଆଣ୍ଡ ଜନସନ୍ ବେବି ପାଉଡ଼ରରେ ମିଳିଲା କ୍ୟାନସର ସୃଷ୍ଟିକାରୀ ତତ୍ତ୍ୱ : ବଜାରରୁ ୩୩ ହଜାର ଡବା ଫେରାଇନେଲା କମ୍ପାନୀ

2,019

କନକ ବ୍ୟୁରୋ : ବେବି କେୟାର ମାର୍କେଟରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଜନସନ୍ ଆଣ୍ଡ ଜନସନ୍ ପାଉଡ଼ରରେ ରହିଛି କ୍ୟାନସର ସଷ୍ଟିକାରୀ ତତ୍ୱ । କୋମଳମତିଙ୍କ କୋମଳ ତ୍ୱଚା ପାଇଁ ବ୍ୟବହୃତ ହେଉଥିବା ଏହି ପାଉଡ଼ରରେ ଅଛି ମାରାତ୍ମକ ରୋଗର ଉପାଦାନ । ଜନସନ୍ ଓ ଜନସନ୍ ବେବି ପାଉଡ଼ରରେ ଏସବେଷ୍ଟସ୍ ନାମକ କର୍କଟ ସୃଷ୍ଟିକାରୀ ତତ୍ୱ ରହିଛି ବୋଲି ଆମେରକିକାର ଏକ ସ୍ୱାସ୍ଥ୍ୟ ନିୟାୟମ ଯାଂଚ ଏଜେନ୍ସି ଦ୍ୱାରା ଜଣାପଡ଼ିଛି । ଯାଂଚ ପରେ ବଜାରରୁ ୩୩ ହଜାର ବେବି ପାଉଡ଼ର ଡବା ଫେରାଇ ନେଇଛି କମ୍ପାନୀ ।

ଭରସା ଭାଙ୍ଗିଦେଲା ଜନସନ୍ ଆଣ୍ଡ ଜନସନ୍ କମ୍ପାନୀ । ଆପଣ ବି ଏହି ପାଉଡ଼ର ବ୍ୟବହାର କରୁଥିଲେ ସଚେତନ ହୋଇଯାଆନ୍ତୁ । ଜୀବନ ନେଇପାରେ ବେବି ପାଉଡ଼ର । କୁନି ଶିଶୁଙ୍କ ସମ୍ବେଦନଶୀଳ ତ୍ୱଚା ପାଇଁ ମା’ ମାନେ ବ୍ୟବହାର କରୁଥିବା ଜନସନ୍ ଆଣ୍ଡ ଜନସନ୍ ସାମଗ୍ରୀରେ ରହିଛି କ୍ୟାନସର ସୃଷ୍ଟିକାରୀ ତତ୍ୱ । ତେବେ ଏକଥା ଆମେ କହୁନୁ, ଏକଥା କହୁଛି ଆମେରକିକାର ଏକ ସ୍ୱାସ୍ଥ୍ୟ ନିୟାୟମ ଯାଂଚ ଏଜେନ୍ସି । କେବଳ କୁନି କୁନି ପିଲା ନୁହେଁ ଯୁବଗୋଷ୍ଠୀଙ୍କ ଠାରୁ ଆରମ୍ଭ କରି ବଡ଼ ବଡ଼ ଲୋକମାନେ ମଧ୍ୟ ଏହାକୁ ବ୍ୟବହାର କରୁଛନ୍ତି । ଏହି ପାଉଡ଼ର କ୍ୟାନର ସୃଷ୍ଟି କରୁଥିବା କଥା ଯାଂଚରେ ଜଣାପଡ଼ିବା ପରେ କୋମଳମତି ଶିଶୁଙ୍କୁ ପାଇଁ ବ୍ୟବହାର କରୁଥିବା ମା’ ମାନଙ୍କ ଉପରେ ଚଡ଼କ ପଡ଼ିଛି ।

ତେବେ ଏହି ଯାଂଚ ପରେ ଏବେ ଅନେକ ପ୍ରଶ୍ନ ଉଠୁଛି । କାରଣ ପୂର୍ବରୁ ଅନେକ ଥର ଜନସନ୍ ଆଣ୍ଡ ଜନସନ୍ ବେବି ପାଉଡ଼ରରେ କ୍ୟାନସର ସୃଷ୍ଟିକାରୀ ତତ୍ୱ ରହିଥିବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା । ହେଲେ ଏହାକୁ ଖଣ୍ଡନ କରୁଥିଲା କମ୍ପାନୀ । ଏବେ ଯାଂଚ ପରେ ପ୍ରକୃତ ସତ୍ୟ ବାହରକୁ ଆସିଛି । ବିଶ୍ୱ ବଜାରରେ ଖ୍ୟାତି ଅର୍ଜନ କରିଥିବା ଜନସନ୍ ଆଣ୍ଡ ଜନସନ୍ କମ୍ପାନୀ ବିଷୟରେ ଏହି ତଥ୍ୟ ଜଣାପଡ଼ିବା ପରେ ବ୍ୟବହାରକରୀଙ୍କୁ ଲାଗିଛି ଶକ୍ତ ଝଟକା ।