ବିହାର ମହାମେଂଟରେ ତେଜସ୍ୱୀ ତାତି ! ଜେଡିୟୁକୁ ଆରଜେଡିର ଖୋଲା ଚ୍ୟାଲେଂଜ, ପଦରୁ ଇସ୍ତଫା ଦେବେନି ଉପମୁଖ୍ୟମନ୍ତ୍ରୀ
କନକ ବ୍ୟୁରୋ : ବିହାରରେ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ଇସ୍ତଫାକୁ ନେଇ ଆରଜେଡି ଓ ଜେଡିୟୁ ମଧ୍ୟରେ ତିକ୍ତତା ବୃଦ୍ଧି ପାଉଛି । ଯାହାକୁ ନେଇ ମହାମେଂଟରେ ସଂକଟ ଦେଖାଦେଇଛି । ଗୋଟିଏ ପଟେ ଜେଡିୟୁ ସ୍ପଷ୍ଟ କରିଛି ଯେ ଦୁର୍ନୀତି ବିବାଦରେ ଛନ୍ଦି ହୋଇପଡିଥିବା ତେଜସ୍ୱୀ ଯାଦବଙ୍କ ଇସ୍ତଫା ଛଡା ମୁଖ୍ୟମନ୍ତ୍ରୀ ନୀତୀଶଙ୍କୁ ଆଉ କିଛି ମଂଜୁର ନୁହେଁ ।
Kanak News is now on WhatsApp
Join and get latest news updates delivered to you via WhatsApp
ସେପଟେ ଆରଜେଡି କିନ୍ତୁ ରୋକଠୋକ୍ କହିଛି ଯେ କୌଣସି ପରିସ୍ଥିତିରେ ବି ଉପମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେନି ତେଜସ୍ୱୀ । ଏଭଳି ପରିସ୍ଥିତିରେ ନୀତୀଶ ସରକାର ଠାରୁ ପରୋକ୍ଷରେ ସମର୍ଥନ ପ୍ରତ୍ୟାହାର ଚେତାବନୀ ଦେଇଛି ଆରଜେଡି । ମନେର ବିଧାୟକ ଭାଇ ବିରେନ୍ଦ୍ର କହିଛନ୍ତି, ଜେଡିୟୁ ଭୁଲିବା ଉଚିତ ନୁହେଁ ଯେ ଆରଜେଡି ପାଖରେ ୮୦ ବିଧାୟକ ଅଛନ୍ତି ।
ଏହା ସହ ଭାଇ ବିରେନ୍ଦ୍ର କହିଛନ୍ତି ଯେ ମହାମେଂଟରେ ସେଇଆ ହେବ, ଯାହା ଆମେ ଚାହିଁବୁ । ସେ କହିଛନ୍ତି ଯେ ଆରଜେଡିର ସମସ୍ତ ବିଧାୟକ ତେଜସ୍ୱୀଙ୍କ ପଛରେ ଅଛନ୍ତି ଓ କୌଣସି ମୂଲ୍ୟରେ ସେ ଇସ୍ତଫା ଦେବେନାହିଁ । ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ତରଫରୁ ତେଜସ୍ୱୀ ଯାଦବଙ୍କୁ ୪ ଦିନ ସମୟ ଦିଆଯାଇଥିଲା । କିନ୍ତୁ ଏହି ପ୍ରସଙ୍ଗରେ ଆରଜେଡି ପକ୍ଷରୁ ଜବାବ ଦିଆଯାଇଛି ଯେ ତାଙ୍କ ଦଳ କୌଣସି ବ୍ୟକ୍ତିର ପରାମର୍ଶରେ କାମ କରେନାହିଁ ।