ସୁଧୁରୁଛି ଜମ୍ମୁ-କାଶ୍ମୀର ସ୍ଥିତି ! ତ୍ରାଲରେ କ୍ରିକେଟ୍ ଖେଳୁଥିବା ନଜର ଆସିଲେ ଯୁବକ , ସ୍ଥାନୀୟ ଲୋକମାନେ ସରକାରଙ୍କୁ କହିଲେ ମନର କଥା ।

426

ଜମ୍ମୁ-କାଶ୍ମୀରରେ ଧାରା ୩୭୦ ହଟିବା ପରେ ଏବେ ପରିସ୍ଥିିତି ଧିରେ ଧିରେ ସୁଧୁରିବାରେ ଲାଗିଛି । ଜମ୍ମୁରୁ ୧୪୪ ଧାରାକୁ ହଟାଇ ଦିଆଯିବାପରେ ଏବେ କାଶ୍ମୀର ମଧ୍ୟ ପୂର୍ବାବସ୍ଥାକୁ ଫେରୁଛି । ଗୁରୁବାର କାଶ୍ମୀରର ତ୍ରାଲ୍ ରୁ ଏକ ଫଟୋ ସାମ୍ନାକୁ ଆସିଥିଲା ଯାହା ସେଠାକାର ସାଧାରଣ ବାତାବରଣକୁ ଦର୍ଶାଉଛି । ତ୍ରାଲ୍ ରେ କିଛି ଯୁବକ ଶାନ୍ତ ପରିବେଶ ଭିତରେ କ୍ରିକେଟ୍ ଖେଳୁଥିବା ନଜର ଆସୁଥିବା ବେଳେ ସ୍ଥାନୀୟ ନିବାସୀ ଖେଳ ସୁବିଧାକୁ ବଢାଇବା ପାଇଁ ଅପିଲ୍ କରିଛନ୍ତି ।

ଅଗଷ୍ଟ ୨୧ ତାରିଖରେ ଆସିଥିବା ଏହି ଫଟୋରେ କିଛି ଯୁବକ ତ୍ରାଲ୍ ର ଏକ ପାର୍କରେ କ୍ରିକେଟ୍ ଖେଳୁଥିବା ସମୟରେ ଏହି ଫଟୋ ଉତ୍ତୋଳନ କରାଯାଇଥିଲା । ସେଠାକାର ଅଧିବାସୀଙ୍କୁ ଏନେଇ ପ୍ରଶ୍ନ କରାଯାଇଥିବା ବେଳେ ସେମାନେ ସରକାରଙ୍କୁ ପିଲାମାନଙ୍କ ପାଇଁ ଏକ ଖେଳ ପଡିଆ ତିଆରି କରିବାକୁ ଅପିଲ୍ କରିଥିଲେ । କେବଳ ଏତିକି ନୁହଁ କୃଷିଜମି,ସ୍କୁଲର ସ୍ଥିତି ଏବଂ ଅଙ୍ଗନୱାଡିରେ ଖାଦ୍ୟପଦାର୍ଥର କ୍ୱାଲିଟିରେ ମଧ୍ୟ ଉନ୍ନତି କରିବା ପାଇଁ କହିଛନ୍ତି ସ୍ଥାନୀୟ ଲୋକେ । ଆପଣଙ୍କୁ କହିରଖୁଛୁ ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ହଟିବା ପରେ ଅବସ୍ଥା ଖୁବ୍ ଜଟିଳ ହୋଇପଡିଥିଲା । ପ୍ରତି ପାଦରେ ସୁରକ୍ଷାବଳ କାଶ୍ମୀରଘାଟିକୁ ଜଗି ରହିଥିଲେ । ଇଣ୍ଟରନେଟ୍ ଏବଂ ଫୋନ୍ ସେବା ସମ୍ପୁର୍ଣ୍ଣ ରୂପେ ଠପ୍ ହୋଇଯାଇଥିଲା । ତେବେ ବର୍ତ୍ତମାନ ଅବସ୍ଥା ସାମାନ୍ୟ ଦିଗ ଆଡକୁ ଗତି କରୁଛି ।