ଜମ୍ମୁକାଶ୍ମୀରରୁ ହଟିଲା ସ୍ୱତନ୍ତ୍ର ପତାକା : ସବୁ ସ୍ଥାନରେ ଲାଗିଲା ଜାତୀୟ ପତାକା

282

କନକ ବ୍ୟୁରୋ : ଜମ୍ମୁକାଶ୍ମୀରରୁ ହଟିଲା ସ୍ୱତନ୍ତ୍ର ପତାକା । ସବୁ ସ୍ଥାନରେ ଲାଗିଲା ଜାତୀୟ ପତାକା ତ୍ରିରଙ୍ଗା । ଶ୍ରୀଗନର ସ୍ଥିତ ରାଜ୍ୟ ସଚିବାଳୟ ଭବନ ଓ ଅନ୍ୟ ସମସ୍ତ ପ୍ରତିଷ୍ଠାନରୁ ଲାଗିଥିବା ସ୍ୱତନ୍ତ୍ର ପତାକାକୁ ହଟାଇ ଦିଆଯାଇ ତ୍ରିରଙ୍ଗା ଲଗାଯାଇଥିବା ଦେଖିବାକୁ ମିଳିଛି । ଜମ୍ମୁକାଶ୍ମୀରରୁ ଧାରା ୩୭୦ ହଟିବା ପରେ ଏହାର ସ୍ୱତନ୍ତ୍ର ପତାକା ପରମ୍ପରା ମଧ୍ୟ ହଟିଛି । ଧାରା ୩୭୦ ଉଚ୍ଛେଦ ହେବା ଓ ଜମ୍ମୁ କାଶ୍ମୀର କେନ୍ଦ୍ରଶାସିତ ଅଂଚଳର ମାନ୍ୟତା ପାଇବା ପରେ ଏଣିକି ଆଉ କୌଣସି ସ୍ଥାନରେ ଅଲଗା ପତାକା ଦେଖିବାକୁ ମିଳିବନାହିଁ ।

ଗତ ଅଗଷ୍ଟ ୫ ତାରିଖରେ  କେନ୍ଦ୍ର ସରକାର ଜମ୍ମୁକାଶ୍ମୀରକୁ ନେଇ ଐତିହାସିକ ନିଷ୍ପତି ନେଇଥିଲେ । ଏହାପରେ ଜମ୍ମୁକାଶ୍ମରରରେ ସମ୍ଭାବ୍ୟ ଉତେଜନାକୁ ଦୃଷ୍ଟିରେ ରଖି ୧୪୪ ଧାରା ଜାରି କରାଯାଇଥିଲା । ଏବେ କିଛି ସ୍ଥାନରେ ୧୪୪ ଧାରା ଜାରି ରହିଥିବବେଳେ ଆଉ କିଛି ସ୍ଥାନରେ କୋହଳ କରାଯାଇଛି । ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି ।ଅନେକ ସ୍ଥାନରେ ଲ୍ୟାଣ୍ଡଲାଇନ ଟେଲିଫୋନ ସେବାକୁ ସ୍ୱାଭାବିକ କରାଯାଇଛି । ମୋବାଇଲ ଓ ଇଂଟରନେଟ ସେବା ଏବେବି ବନ୍ଦ ରହିଛି ।