ବର୍ଷାଙ୍କ ବୟାନ ପରେ ଜାଗ୍ରତି ଶୁକ୍ଳାଙ୍କ ପୋଷ୍ଟକୁ ନେଇ ଚର୍ଚ୍ଚା, କହିଲେ …

13,458

କନକ ବ୍ୟୁରୋ : ଜାଗ୍ରତି ଶୁକ୍ଳାଙ୍କ ଏକ ଫେସ୍ବୁକ୍ ପୋଷ୍ଟ ସାମ୍ନାକୁ ଆସିଛି । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏଥିରେ ସେ ଲେଖିଛନ୍ତି ଜଣେ ମହିଳା ମହିଳା ସଶକ୍ତିକରଣ କ୍ଷେତ୍ରରେ ଭାଷଣ ଦେଇ ପ୍ରତି କ୍ଷେତ୍ରରେ ନିଜର ଅସ୍ତିତ୍ୱ ଜାହରି କରୁଛନ୍ତି । ହେଲେ ସେହି ମହିଳା ତାଙ୍କ ନିଜର ପରିଚୟ ପ୍ରତି ଆଞ୍ଚ ଆସିବା ନାଁରେ ତାଙ୍କ ସ୍ୱାମୀଙ୍କ ସାଜ୍ଞ୍ୟା ବ୍ୟବହାର କରିବାରେ ବିଶ୍ୱାସ କରନ୍ତି ନାହିଁ । ସେହି ମହିଳା ସ୍ୱାମୀଙ୍କ ଟଙ୍କା ପାଇଁ କୋର୍ଟରେ ନିଜକୁ ପୀଡ଼ିତା କହି ମାସିକିଆ ଦରମା ନିଅନ୍ତି ।

ସେମାନେ ନିଜେ ରୋଜଗାର କରୁଥିଲେ ମଧ୍ୟ ଏକ୍ଷେତ୍ରରେ ଲଜ୍ଜା ଅନୁଭବ କରିନଥାନ୍ତି । କୋର୍ଟ ବାହାରେ ସଶକ୍ତିକରଣ ନାରା ଦେଇ ଆଗକୁ ବଢ ଓ କାହା ଉପରେ ନିର୍ଭର କରନାହିଁ ବୋଲି ଭାଷଣ ଦିଅନ୍ତି । ତେଣୁ ଏହା କ’ଣ ସଶକ୍ତିକରଣ ବୋଲି ପ୍ରଶ୍ନ କରିଛନ୍ତି ଜାଗ୍ରତି ଶୁକ୍ଳା । ତେବେ କାହାକୁ ଓ କେଉଁ ଉଦ୍ଦେଶ୍ୟରେ ସେ ଏପରି ଫେସବୁକ ପୋଷ୍ଟ କରିଛନ୍ତି ତାହା ସେ ସ୍ପଷ୍ଟ କରିନାହାନ୍ତି ।

ସେପଟେ, ଦୀର୍ଘଦିନ ପରେ ଖୋଲା ମଞ୍ଚରେ ବୟାନ ରଖିଛନ୍ତି ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । କହିଛନ୍ତି, ତାଙ୍କ ଜୀବନରେ ଝଡ ଆସିଛି । ରମାଦେବୀ ବିଶ୍ୱବିଦ୍ୟାଳୟର ବସନ୍ତ ଉତ୍ସବରେ ଅତିଥି ଭାବରେ ଯୋଗଦେଇ ଓଲିଉଡ ଅଭିନେତ୍ରୀ ଏଭଳି ବଡ ବୟାନ ରଖିଛନ୍ତି । ବର୍ଷା ଆହୁରି କହିଛନ୍ତି, ଜୀବନ ଅନିଶ୍ଚିତ । କେତେବେଳେ କଣ ହେବ କେହି ଜାଣିନାହାନ୍ତି । ସେ ଲାଜୁଆ ଓ ଡରୁଆ ପ୍ରକୃତିର ଝିଅ । ଜୀବନରେ ଯାହା ଆଶା କରିନଥିଲେ ସେୟା ହୋଇଛି । ଜୀବନ ବହୁତ ଥର ପକେଇବାକୁ ଚେଷ୍ଟା କରିଛି । କିନ୍ତୁ ପୁଣି ଥରେ ଛିଡା ହୋଇଛନ୍ତି ।

ପରିବାର ଲୋକ ସାହାସ ଯୋଗାଇଛନ୍ତି । ସୋସିଆଲ ମିଡିଆରେ ଫଟୋ ସେୟାର କରିବା ପରେ ଲୋକେ କହିଛନ୍ତି, ରାଜନୀତିରେ ଯୋଗଦେବା ପାଇଁ ଏସବୁ କରୁଛି । ଏହା ତାଙ୍କୁ କଷ୍ଟ ଦେଇଛି । ତାଙ୍କ ନାଁରେ ଅପପ୍ରଚାର କରାଯାଇଛି ବୋଲି କହିଛନ୍ତି ବର୍ଷା ପ୍ରିୟଦର୍ଶିନୀ । କିନ୍ତୁ ଏହା ଅମୂଳକ ହୋଇଥିବାରୁ ସେ ପ୍ରତିକ୍ରିୟା ରଖିନାହାନ୍ତି । କେବେ ବି ନକାରାତ୍ମକ ଚିନ୍ତାଧାରାକୁ ସେ ଗ୍ରହଣ କରିନାହାନ୍ତି ବୋଲି କହିଛନ୍ତି ବର୍ଷା । ନରାକାତ୍ମକ ଚିନ୍ତାଧାରାଠାରୁ ଦୂରେଇ ରହିବାକୁ ବି ସେ ରମାଦେବୀ ଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି ।