ଚର୍ଚ୍ଚାରେ ଅଭିନେତ୍ରୀ ବର୍ଷାଙ୍କ ବୟାନ : କହିଲେ, ତାଙ୍କ ଜୀବନରେ ଆସିଛି ଝଡ; ଭାଙ୍ଗି ପଡିଥିଲେ ବି ପୁଣି ଉଠିଛି

314

କନକ ବ୍ୟୁରୋ : ଚର୍ଚ୍ଚାରେ ବର୍ଷାଙ୍କ ବୟାନ । ଦୀର୍ଘଦିନ ପରେ ଖୋଲା ମଞ୍ଚରେ ବୟାନ ରଖିଛନ୍ତି ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । କହିଛନ୍ତି, ତାଙ୍କ ଜୀବନରେ ଝଡ ଆସିଛି । ରମାଦେବୀ ବିଶ୍ୱବିଦ୍ୟାଳୟର ବସନ୍ତ ଉତ୍ସବରେ ଅତିଥି ଭାବରେ ଯୋଗଦେଇ ଓଲିଉଡ ଅଭିନେତ୍ରୀ ଏଭଳି ବଡ ବୟାନ ରଖିଛନ୍ତି । ବର୍ଷା ଆହୁରି କହିଛନ୍ତି, ଜୀବନ ଅନିଶ୍ଚିତ । କେତେବେଳେ କଣ ହେବ କେହି ଜାଣିନାହାନ୍ତି । ସେ ଲାଜୁଆ ଓ ଡରୁଆ ପ୍ରକୃତିର ଝିଅ । ଜୀବନରେ ଯାହା ଆଶା କରିନଥିଲେ ସେୟା ହୋଇଛି ।

ଜୀବନ ବହୁତ ଥର ପକେଇବାକୁ ଚେଷ୍ଟା କରିଛି । କିନ୍ତୁ ପୁଣି ଥରେ ଛିଡା ହୋଇଛନ୍ତି । ପରିବାର ଲୋକ ସାହାସ ଯୋଗାଇଛନ୍ତି । ସୋସିଆଲ ମିଡିଆରେ ଫଟୋ ସେୟାର କରିବା ପରେ ଲୋକେ କହିଛନ୍ତି, ରାଜନୀତିରେ ଯୋଗଦେବା ପାଇଁ ଏସବୁ କରୁଛି । ଏହା ତାଙ୍କୁ କଷ୍ଟ ଦେଇଛି । ତାଙ୍କ ନାଁରେ ଅପପ୍ରଚାର କରାଯାଇଛି ବୋଲି କହିଛନ୍ତି ବର୍ଷା ପ୍ରିୟଦର୍ଶିନୀ । କିନ୍ତୁ ଏହା ଅମୂଳକ ହୋଇଥିବାରୁ ସେ ପ୍ରତିକ୍ରିୟା ରଖିନାହାନ୍ତି । କେବେ ବି ନକାରାତ୍ମକ ଚିନ୍ତାଧାରାକୁ ସେ ଗ୍ରହଣ କରିନାହାନ୍ତି ବୋଲି କହିଛନ୍ତି ବର୍ଷା । ନରାକାତ୍ମକ ଚିନ୍ତାଧାରାଠାରୁ ଦୂରେଇ ରହିବାକୁ ବି ସେ ରମାଦେବୀ ଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି ।