ନିଜ ଟ୍ୱିଟକୁ ନେଇ ଟ୍ରୋଲ ହେଲେ ବଲିଉଡ ସୁନ୍ଦରୀ ଇଶା ଗୁପ୍ତା ! ସିରିଆ ହିଂସା ଉପରେ ଟ୍ୱିଟରରେ ଫଲୋଅର ଉଡାଇଲେ ମଜାକ

51

ସୋସିଆଲ୍ ମିଡିଆରେ ପୁଣିଥରେ ଟ୍ରୋଲ ହେଲେ ବଲିଉଡ୍ ଅଭିନେତ୍ରୀ ଇଶା ଗୁପ୍ତା । ସିରିଆରେ ସଙ୍କଟକୁ ନେଇ ଇଶା ସେୟାର୍ କରିଥିବା ଏକ ଟ୍ୱିଟରେ ତାଙ୍କୁ ଉପହାସ କରାଯାଇଛି । ତେବେ ପ୍ରଥମ ଥର ନୁହେଁ ଇଶା ପ୍ରଥମ ଥର ପାଇଁ ଏଭଳି ଟ୍ରୋଲ ହୋଇଛନ୍ତି । ନିଜ ବିବାଦୀୟ ଟ୍ୱିଟ ପାଇଁ ଅନେକ ଥର ଏମିତି ଉପହାସର ପାତ୍ର ହୋଇଛନ୍ତି ଇଶା ।

ସୋସିଆଲ୍ ମିଡିଆରେ ପୁଣିଥରେ ଉପହାସର ପାତ୍ର ହୋଇଛନ୍ତି ଅଭିନେତ୍ରୀ ଇଶା ଗୁପ୍ତା । ନିଜ ଟ୍ୱିଟକୁ ନେଇ ପୁଣି ଥରେ ଲୋକ ହସା ହୋଇଛନ୍ତି ବଲିଉଡର ଏହି ସୁନ୍ଦରୀ । ସିରିଆରେ ହେଉଥିବା ହିଂସାକୁ ନେଇ ଇଶା ଏକ ଟ୍ୱିଟ ସେୟାର କଲେ । ଯେଉଁଥିରେ ଇଶା ଲେଖିଲେ, ମୋର କେଉଁ ଦେଶ କେଉଁ ଧର୍ମ, ତାହାକୁ ମୁଁ ଖାତିର କରେନି । ମାତ୍ର ମାନବିକତା ଯେମିତି ମରିଯାଇଛି ଏଠି । ପିଲାମାନେ ମରୁଛନ୍ତି ଆଉ ଏହାକୁ ବନ୍ଦ କରିବାକୁ ପଡିବ । ଏହାସହ ସିରିଆର ଏକ କ୍ଷତାକ୍ତ ଶିଶୁର ଫଟୋ ସେୟାର ବି କରିଛନ୍ତି ଇଶା । ଇଶାଙ୍କ ଏହି ଟ୍ୱିଟକୁ ନେଇ ତାଙ୍କୁ ସୋସିଆଲ ମିଡିଆରେ ଢେର ମଜାକ ଉଡା ଯାଇଛି । କିଏ କିଏ କମେଂଟ କରିଛନ୍ତି ନିଜ ଦେଶରେ ପ୍ରତ୍ୟେକ ଦିନ କେତେ ଶିଶୁ ନିର୍ଯାତନାର ଶିକାର ହେଉଛନ୍ତି ତାକୁ ରୋକି କି ଦେଖାଅ । ଆଉ କେହି କେହି ଲେଖିଛନ୍ତି ଏସି ରୁମରେ ବସି ଏଭଳି ଟ୍ୱିଟ କରିଦେବା ସହଜ । ସେଠାକୁ ଯାଇ ସମସ୍ୟାର ସମାଧାନ କରି ଦେଖାଅ । ତେବେ ଏମିତି ପ୍ରଥମ ଥର ନୁହେଁ ଅଭିନେତ୍ରୀ ଇଶା ଏଭଳି ସୋସିଆଲ ମିଡିଆରେ ଲୋକ ହସା ହୋଇଛନ୍ତି । ଏମିତି ଅନେକ ଥର ଲୋକହସାର ଶିକାର ହୋଇଛନ୍ତି ଇଶା । ତେବେ ଜଣେ ମଡେଲ ଭାବେ ନିଜ କ୍ୟାରିୟର ଆରମ୍ଭ କରିଥିବା ଅଭିନେତ୍ରୀ ଇଶା ଗୁପ୍ତା ୨୦୧୨ ମସିହାର ଫିଲ୍ମ ଜନ୍ନତ – ଟୁ ନିଜ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ । ଏବେ ନିଜ ଆଗାମୀ ଫିଲ୍ମ ହେରାଫେରି – ଥ୍ରୀ ଏବଂ ‘ଆଁଖେ– ୨’ର ସୁଟିଂରେ ବ୍ୟସ୍ତ ଅଛନ୍ତି ଇଶା ।