ମାଟ୍ରିକ ପ୍ରଶ୍ନପତ୍ର ଲିକ୍ ଘଟଣାରେ କଟକ ବୋର୍ଡ ଅଫିସ ଆଗରେ ଲଙ୍କାକାଣ୍ଡ : ଗେଟ ଭାଙ୍ଗି ଭିତରକୁ ପଶିବାକୁ ଏବିଭିପି କର୍ମୀଙ୍କ ଉଦ୍ୟମ

42

କନକ ବ୍ୟୁରୋ : ମାଟ୍ରିକ ପ୍ରଶ୍ନପତ୍ର ଲିକ୍ ଘଟଣାରେ କଟକ ମାଧ୍ୟମିକ ଶିକ୍ଷା ବୋର୍ଡ ଅଫିସ ଆଗରେ ଲଙ୍କାକାଣ୍ଡ । ବୋର୍ଡ ଅଫିସର ଗେଟ ଭାଙ୍ଗି ଭିତରକୁ ପଶିବାକୁ ଉଦ୍ୟମ ବେଳେ ଏବିଭିପି କର୍ମୀ ଓ ବୋର୍ଡ ଅଫିସ କର୍ମଚାରୀ ମୁହାଁମୁହିଁ ହୋଇଛନ୍ତି । ପ୍ରଶ୍ନପତ୍ର ଲିକ୍ ଘଟଣାର ତଦନ୍ତ ଦାବି କରି ଏଭଳି କାଣ୍ଡ କରିଛନ୍ତି ଏବିଭିପି କର୍ମୀ । ତେବେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଂଚି ପରିସ୍ଥିତକୁ ଆୟତ କରିବା ପାଇଁ ଉଦ୍ୟମ କରିଥିଲା ।

ପରିସ୍ଥିତି ଆଣାୟତ ହେବାରୁ ପୁଲିସ ଲାଠିଚାର୍ଜ କରିବ ସହ ୧୫ରୁ ଅଧିକ ବିଶୃଙ୍ଖଳାକାରୀଙ୍କୁ ଗିରଫ କରିଛି । ଆଜି ଏବିଭିପି ପକ୍ଷରୁ ଏକ ଛାତ୍ର ପ୍ରତିନିଧି ଦଳ କଟକ ବୋର୍ଡ କାର୍ଯ୍ୟାଳୟରେ ପହଁଚି ପ୍ରଶ୍ନପତ୍ର ଲିକ ଘଟଣାରେ ପ୍ରତିବାଦ କରିଥିଲେ । ପ୍ରଶ୍ନ ପତ୍ର ଲିକ ନେଇ ତଦନ୍ତ ଜାରି ରହିଛି ବୋଲି ବୋର୍ଡ ସଭାପତି କହିବା ସତ୍ୱେ ଆନ୍ଦୋଳନକାରୀ ବୁଝି ନଥିଲେ । ବରଂ ବୋର୍ଡ କର୍ମଚାରୀଙ୍କୁ ର୍ଦୁବ୍ୟବହାର କରିବା ସହ ଠେଲାପେଲା କରିଥିଲେ । ଏହି ଲଙ୍କାକାଣ୍ଡ ଘଟଣାରେ ବୋର୍ଡ କାର୍ଯ୍ୟାଳୟରେ ହୋଇଥିବା କ୍ଷୟକ୍ଷତି ସଂର୍ପକରେ ବୋର୍ଡ ସଭାପତି, କଟକ ଡିସିପିଙ୍କୁ ଜଣାଇଛନ୍ତି ।

cuttack

ଗିରଫ ବିଶୃଙ୍ଖଳାକାରୀଙ୍କ ବିରୋଧରେ ଆନଇ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଡିସିପି । ପ୍ରତିବାଦ ନାଁରେ ବୋର୍ଡ ଅଫିସରେ ଏଭଳି ହିଂସାକାଣ୍ଡକୁ ବୋର୍ଡ ସଭାପତି ନିନ୍ଦା କରିଛନ୍ତି । ସେପଟେ ଏବିଭିପି କର୍ମୀ କହିଛନ୍ତି ବିଶୃଙ୍ଖଳା ସୃଷ୍ଟି କରିବା ସେମାନଙ୍କର ଉଦ୍ଦେଶ୍ୟ ନଥିଲା । ବରଂ ପଲିସକୁ ବ୍ୟବହାର କରି ପ୍ରଶ୍ନ ପତ୍ର ଲିକ ଭଳି ଘଟଣାକୁ ଏଡାଇ ଦେବା ପାଇଁ ବୋର୍ଡ କର୍ତୃପକ୍ଷ ଚେଷ୍ଟା କରୁଥିବା ଆନ୍ଦୋଳନକାରୀ କହିଛନ୍ତି । ମାଟ୍ରିକ ପରୀକ୍ଷାର ଓଡ଼ିଆ ଓ ଇଂରାଜୀ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ନେଇ ଅଭିଯୋଗ ହୋଇଥିଲା ।

ସେପଟେ ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ପେପର ଲିକ ପରେ ଜାରି ହେଲା ନୂଆ ନିୟମ । ପରୀକ୍ଷା କେନ୍ଦ୍ରକୁ ସ୍କ୍ୱାଡ଼ ମଧ୍ୟ ନେଇପାରିବେନି ମୋବାଇଲ ଫୋନ । କ୍ରାଇମବାଂଚ ତଦନ୍ତ ପରେ ବୋର୍ଡ଼ର ପକ୍ଷରୁ ନିଆଗଲା କଡ଼ା ପଦକ୍ଷେପ । ପୂର୍ବରୁ ଶିକ୍ଷକ ଓ କର୍ମଚାରୀଙ୍କ ପାଇଁ ଏହି ନିୟମ ଲାଗୁ କରାଯାଇଥିଲା ।